ଗୋରୁ ବୋଝେଇ ଟ୍ରକକୁ ରୋକିଲା ବଜରଙ୍ଗ ଦଳ: ୩୦ ଗୋରୁ ଉଦ୍ଧାର, ୪ ଜଣ ଅଟକ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ଫାଟକ ନିକଟରେ ରାତି ୧୨ ଟାରେ ଏକ ଗୋରୁ ବୋଝଇ ଟ୍ରକ ( KA 55 A 0851)କୁ ବଜରଙ୍ଗ ଦଳ ରୋକିବାରେ ସକ୍ଷମ ହୋଇଛି। ଏହି ଗୋରୁ ବୋଝଇ ଟ୍ରକଟି ପଡୋଶୀ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ବରତୁଣ୍ଡାରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବାର ସୂଚନା ରହିଛି। କୌଣସି ଏକ ବିଶେଷ ସୂତ୍ରରୁ ଖବର ପାଇ ପାଇକମାଲ ଓ ନୂଆପଡା ବଜରଙ୍ଗ ଦଳ ପୋଲିସ ପ୍ରଶାସନର ସହାୟତାରେ ଏହି ଟ୍ରକ ଟିକୁ ନୂଆପଡା ଫାଟକ ନିକଟରେ ରୋକିବାରେ ସକ୍ଷମ ହୋଇଥିଲେ। ଏହି ଟ୍ରକରୁ ୩୦ ଟି ଗୋରୁ ଉଦ୍ଧାର ହୋଇ ଥିବା ବେଳେ ପୋଲିସ ୪ ଜଣଙ୍କୁ ଅଟକ ରଖିବା ସୂଚନା ମିଳିଛି। ତେବେ ବର୍ତମାନ ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳ ସଦସ୍ୟ ଉଦ୍ଧାର ହୋଇଥିବା ଗୋରୁଙ୍କୁ ଗୁରୁକୁଳ ଆଶ୍ରମ ହରିପୁରକୁ ନେଇ ସେଠାରେ ଚିକିତ୍ସା କରି ଯତ୍ନ ନେବାର ସୂଚନା ମିଳିଛି। ନୂଆପଡା ବଜରଙ୍ଗ ଦଳର ତାରା ସିଂ, ନୀଲେଶ ନିଆଲ, ଦେଓ ଲାଲ ମାଝୀ, ରାଏ ସିଂ ମାଝୀ, ତୁମନ ସାହୁ ଏବଂ ବରଗଡ଼ ଜିଲ୍ଲା କୋଡିନେଟର ବଜରଙ୍ଗ ଦଳ ଓମ ପ୍ରକାଶ ମେହେର, ପଦ୍ମପୁର ବଜରଙ୍ଗ ଦଳର ମୌସମ ସେଠ, ମାନସ ସାହୁ, ମାନସ ନାୟକ, କୁନ୍ଦନ ପ୍ରଧାନ, ସୁଜିତ ନିଆଲ, କାହ୍ନା କୁମାର, ବିକେଶ କୁମାର, ମନିଷ କୁମାର, ରିଙ୍କୁ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.