ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂଆଖାଇ ଭେଟଘାଟ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ସଦର ବ୍ଲକ ଚୁଲାଭଟ ଗାଁ ବଜାର ଠାରେ ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତରଫରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଆଦିବାସୀ କଲ୍ୟାଣ ସଙ୍ଘ ଜିଲ୍ଲା ସଭାପତି ଭାନୁ ପ୍ରତାପ ସିଂ ମାଝୀ ସଭାପତିତ୍ୱ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭଗତ ରାମ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଙ୍ଘ ସମ୍ପାଦକ ବାଳ କୃଷ୍ଣ ଶବର ମୁଖ୍ୟ ବକ୍ତା, ବିକ୍ରମ ମାଝୀ, ବିହାରୀ ଲାଲ ବିଶ୍ୱାଳ, ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଉପ ସଭାପତି କମଲେସ ସିଂ ଠାକୁର, ସରୋଜିନୀ ମାଝୀ, ଖରିଆର ବ୍ଲକ ସଭାପତି ଜିଲ୍ଲା କାର୍ତ୍ତିକେଶ୍ୱର ମଲ୍ଲିକ, କୋମନା ବ୍ଲକ ସଭାପତି ଜ୍ଞାନେଶ୍ୱର ମାଝୀ, ବରିହା ସମ୍ପ୍ରଦାୟ ସମ୍ପାଦକ ଆଶା ରାମ ବରିହା, ଜିଲ୍ଲା ସଭାପତି କନ୍ଦ ସମ୍ପ୍ରଦାୟ ଆନନ୍ଦ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ତେବେ କାର୍ଯ୍ୟକ୍ରମ ଟିର ପ୍ରାରମ୍ଭରେ ପ୍ରଥମେ ସମସ୍ତେ ଆଦିଶକ୍ତି ଓ ପୂର୍ବପୁରଷଙ୍କୁ ସ୍ମରଣ କରିବା ସହିତ ପୂର୍ବ ରୀତିନୀତି ରେ ପାରମ୍ପରିକ ଭାବେ ପୂଜାର୍ଚନା କରିଥିଲେ | ଏହା ପରେ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟା, ସମାଧାନ, ପରିସ୍ଥିତି, ଶିକ୍ଷା, ସ୍ୱାସ୍ଥ୍ୟ ସମସ୍ତ ବିଷୟକୁ ନେଇ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲେ | ପରେ ପାରମ୍ପରିକ ଭାବେ ନୂଆ ଚୂଡ଼ା ଓ ପିଠା ଖାଇ ସମସ୍ତ ଆଦିବାସୀ ସମାଜ ଏକ ମେଢ଼ ତଳେ ନବର୍ଣ୍ଣ ଭକ୍ଷଣ କଲେ | ଏହା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରା ଯାଇଥିଲା | ତେବେ ଭକ୍ତ ବନ୍ଧୁ ଧରୁଆ, ତେଜ ରାମ ଧରୁଆ, ଟିକମନ ସିଂ ମାଝୀ, ତୀରେ ସିଂ ମାଝୀ, ଜିତେନ୍ଦ୍ର ମାଝୀ, ତ୍ରିନାଥ ମାଝୀ, ହେମନ୍ତ କୁମାର ମାଝୀ, କୁମାର ସିଂ ମାଝୀ ପ୍ରମୁଖ ବିଶେଷ ଭାବରେ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.