ଅମୃତ ବାଟିକା ବୀର ସହୀଦଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ -ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷା

ନର୍ଲାରେ ନେହେରୁ ଯୁବ କେନ୍ଦ୍ର ନେତୃତ୍ୱରେ “ମେରି ମିଟ୍ଟୀ ମେରା ଦେଶ” କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ନେତୃତ୍ୱରେ କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପଡ଼ିଆରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି “ମେରି ମିଟ୍ଟୀ ମେରା ଦେଶ” କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି ନାରୀକେଳ ଭାଙ୍ଗି ମାଟିଭରା ସୁରମ୍ୟ କଳସ ପୂଜା କରିବା ପରେ ବ୍ଲକ ପରିସରରୁ ଏକ ଭବ୍ୟ ଶୋଭାଯାତ୍ରା ବାହାରି ଭାରତ ମାତକି ଜୟ, ବୀର ଯବାନ ଅମର ରହେ ପ୍ରମୁଖ ନାରାଦେଇ ନଗର ପରିକ୍ରମା କରି ନର୍ଲା ହାଇସ୍କୁଲ ପଡିଆକୁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ନେହେରୁ ଯୁବ କେନ୍ଦ୍ର ଯୁବ ସଭାପତି ପ୍ରସନ୍ନ ମେହେର, ସର୍ଗିଗୁଡା ସମିତି ସଦସ୍ୟ ଚିରଞ୍ଜିବି ଗୌଡ଼ିଆ, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ମିଶନ ଶକ୍ତି ନର୍ଲା ବ୍ଲକ ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ଅଧ୍ୟାପକ ସୁଶାନ୍ତ ସାହୁ, କ୍ଷିତିଶ ବଗର୍ତ୍ତୀ, ସେବାକାରୀ କିନ୍ନର ସଂଘର ସଭାପତି କାମିନୀ କିନ୍ନର ପ୍ରମୁଖଙ୍କ ସମେତ ପୋଷ୍ଟାଲ ବିଭାଗ, ନର୍ଲା ସେବାକାରୀ କିନ୍ନର ସଂଘ, ମିଶନ ଶକ୍ତି ଅଧିନସ୍ଥ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ, କଲେଜ ଛାତ୍ରଛାତ୍ରୀ, ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ବୃନ୍ଦ, ବ୍ଲକ ଷ୍ଟାଫ, କଲେଜ କର୍ମଚାରୀ, ମାଣ୍ଡେଲର ତ୍ରିନାଥ ଅନୁଷ୍ଠାନ, ବଲବସପୁର ର ନେତାଜୀ କ୍ଲବ ପ୍ରମୁଖ ସାମିଲ ରହିଥିଲେ। ଶୋଭାଯାତ୍ରାକାରୀ ଦଳଙ୍କୁ ନର୍ଲା ହାଇସ୍କୁଲ ପଡିଆରେ ଭବ୍ୟ ସ୍ୱାଗତ କରାଯାଇଥିଲା । ମାଟିଭରା ସୁସଜ୍ଜିତ କଳସ ମଞ୍ଚ ସମ୍ମୁଖରେ ସ୍ଥାପନା କରାଯାଇଥିଲା। ଏହାପରେ ନେହେରୁ ଯୁବକେନ୍ଦ୍ର ସଭାପତି ଶ୍ରୀ ମେହେରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି, ନର୍ଲା ବିଡ଼ିଓ ବାସନ୍ତୀ ସେଠୀ, ସାଂସଦ ଙ୍କ ନର୍ଲା ପ୍ରତିନିଧି ଶ୍ରୀ ନାଏକ, ପୋଷ୍ଟାଲ ବିଭାଗ ଏଏସପି ତଥା ପୂର୍ବତନ ସୈନିକ ବିଜୟ ପଟ୍ଟନାୟକ, ନର୍ଲା ଡିଗ୍ରୀ କଲେଜ ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ନର୍ଲା ନୋଡାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚନା ଦାସ, ବିଏସଏଫ ଇନ୍ସପେକ୍ଟର ପ୍ରମୁଖ ମଞ୍ଚସୀନ ରହି ମାର୍ଗଦର୍ଶନ ଦେଇଥିଲେ । ଇତ୍ୟବସରରେ ନର୍ଲା ପୂର୍ବତନ ସୈନିକ ରେଗାଡୀମାଲ ର ସୁବାସ ଚନ୍ଦ୍ର ବିଶ୍ବାଳ ଓ ଗହୀରାପଦର ର ଲବକିଶୋର ସାହୁଙ୍କୁ ଉପଢ଼ଉକନ ଓ ପୁଷ୍ପଗୁଚ୍ଛ ଦେଇ ମଞ୍ଚରେ ସମ୍ମାନୀତ କରାଯାଇଥିଲା। ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଦସ୍ୟ ଗୋବିନ୍ଦ ତାଣ୍ଡି, ନବୀନ ସାହୁ(ରାଜା), ସୁଶୀଲ ପଧାନ, ଅଭିଷେକ ବେହେରା, ହେମସାଗର ସାହୁ, ମିଲନ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ ନର୍ଲା ହାଇସ୍କୁଲ ର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତକୁ ନେଇ ନୃତ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡ଼ାକରାରେ ବିଜେପି କର୍ମୀ ମାନେ ନିର୍ବାଚନ ମଣ୍ଡଳୀ ସାରା ଘର ଘର ବୁଲି ମେରି ମିଟ୍ଟୀ ମେରା ଦେଶ କାର୍ଯ୍ୟକ୍ରମ ରେ ସୁସଜ୍ଜିତ କଳସରେ ମାଟି ସଂଗ୍ରହ କରିଛନ୍ତି । ନର୍ଲା ନିର୍ବାଚନ ମଣ୍ଡଳୀ ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଂଚାୟତର ବେହେରାପାଟି ଠାରେ ଆରମ୍ଭ ହୋଇଥିଲା “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ରେ ମାଟି ସଂଗ୍ରହ ଅଭିଯାନ । ଏହି ସଂଗୃହିତ ମାଟିରେ ଦୀଲ୍ଲୀ ରେ ନିର୍ମିତ ହେବ ଅମୃତ ବାଟିକା । ଦେଶର ବୀର ସହୀଦ ମାନଙ୍କ ପ୍ରତି ଏହା ଦେଶବାସୀଙ୍କ ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି । ସଂଗୃହିତ ମାଟି ଭବାନୀପାଟଣା ଯିବ ସେଠାରୁ ଭୁବନେଶ୍ୱର ଓ ସେଇଠୁ ଦିଲ୍ଲୀ ପଠାଯିବ । ସେଠରେ ସହୀଦ ମାନଙ୍କ ପାଇଁ ନିର୍ମିତ ହେବ ଅମୃତ ବାଟିକା।

Omkar Vasthu
Omkar Vasthu

(କ୍ଲିକ୍ କରି ଦେଖନ୍ତୁ ଭିଡ଼ିଓ)

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.