ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୂଆସାହିର ପ୍ରଭାକର ନାୟକ ଏକ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କରିଛନ୍ତି l ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ନିଜ ବାସ ଭବନରେ ମାଆ ଦୁର୍ଗାଙ୍କୁ ମହା ଆଡ଼ମ୍ବର ସହକାରେ ପାଳନ କରିଛନ୍ତି l ନିଜ ବାସଭବନରେ ବାସ୍ତୁ ପୂଜା, ଗୃହ ପୂଜା, ନବଗ୍ରହ ପୂଜା, କରିବା ସହିତ ହୋମ ଯଜ୍ଞ ମଧ୍ୟ କରିଛନ୍ତି l ତତ୍ ସହିତ ନୂଆସାହି ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଓ ସାହିର ବରିଷ୍ଠ ନାଗରିକ ମାନଙ୍କୁ ନିମନ୍ତ୍ରଣ କରି ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଗାଁର ଅସହାୟ ବିଧବା ଓ ବୃଦ୍ଧା ମାନଙ୍କୁ ଘରକୁ ଡ଼ାକି ନୂଆବସ୍ତ୍ର ବଣ୍ଟନ କରିଛନ୍ତି l ମାଆ ଦୂର୍ଗା ଓ ଦକ୍ଷିଣ କାଳୀଙ୍କ ପ୍ରତି ପରିବାର ଲୋକଙ୍କ ଅଗାଢ ବିଶ୍ବାସ ରହିଛି l ମାଆଙ୍କ ଆପାର କରୁଣାରୁ ପରିବାର ମଧ୍ୟରେ ଶାନ୍ତି ସଦଭାବନା ଆସିଛି l ଗୋପ ଲକ୍ଷ୍ମୀ ଧନ ଧନ୍ୟରେ ପୁରି ଉଠିଛି l ପରିବାର ମଧ୍ୟରେ ଦୁଃଖ କ୍ଲେଶ ରୋଗ ବ୍ୟାଧି ଉଭେଇ ଯାଉଥିବା କହିଛନ୍ତି ପ୍ରଭାକରଙ୍କ ଧର୍ମପତ୍ନୀ l ଜୀବନ ଥିବା ପର୍ଯ୍ୟନ୍ତ ଦୂର୍ଗାପୂଜା ସହିତ ଏହିଭଳି ଭାବରେ ଗରିବ ଅସହାୟଙ୍କୁ ବସ୍ତ୍ର ବଣ୍ଟନ କରିବେ ବୋଲି ପ୍ରକାଶ କରିଛନ୍ତି ପ୍ରଭାକର l