ରେଙ୍ଗସାପାଲିରେ ୪୫ତମ ଦୂର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଳକ ଅନ୍ତର୍ଗତ ରେଙ୍ଗସାପାଲି ଗ୍ରାମର ଦୂର୍ଗାପୂଜା ଚଳିତ ବର୍ଷ ୪୫ତମ ବର୍ଷରେ ପାଦ ଥାପିଛି । ୧୯୭୯ ମସିହାରେ ପ୍ରଥମକରି ଲବଣିଧର ବୁଦ୍ଧିଆ ଓ ବିମଳ ଚରଣ ପଧାନଙ୍କ ଆବାହକ କ୍ରମେ ରେଙ୍ଗସାପାଲି ଗ୍ରାମ ବାସୀଙ୍କ ତରଫରୁ ୩ ହଜାର ୩ ଶହ ୩୩ ଟଙ୍କା ୨୫ ପଇସାରେ ତିନି ଦିନ ଧରି ଦୂର୍ଗାପୂଜା ଅନୁଷ୍ଠିତ ହୋଇଥିଲା । ୧୯୭୯ ମସିହାର ପ୍ରଥମ ବର୍ଷର ଦୂର୍ଗାପୂଜାର ମୁଖ୍ୟ ଆକର୍ଷଣ ଥିଲା ନାଟକ, ତିନି ଦିନରେ ୩୦ ଗୋଟି ନାଟକ ପରିବେଷଣ କରାଯାଇଥିଲା ଦିନକୁ ଦଶ ଗୋଟି ଲେଖାଏଁ ନାଟକ ପରିବେଷଣ କରି ରେଙ୍ଗସାପାଲି ଦୂର୍ଗାପୂଜାଟି ଅତି ଆନନ୍ଦ ଉଲ୍ଳାସ ସହ ମହାସମାରୋହରେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ରେଙ୍ଗସାପାଲି ଗ୍ରାମର ୪୫ ତମ ଦୂର୍ଗାପୂଜା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆନନ୍ଦ ଉଲ୍ଳାସ ସହ ମହାସମାରୋହରେ ପାଞ୍ଚଦିନ ଧରି ଅକ୍ଟୋବର ୨୦ ଶୁକ୍ରବାର ଠାରୁ ୨୪ ଅକ୍ଟୋବର ମଙ୍ଗଳବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ରାତ୍ରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କାଳ୍ପନିକ ଲୋକ ନାଟକ ପରିବେଷଣ କରାଯାଉଛି । ଯାହାଫଳରେ ରେଙ୍ଗସାପାଲି ଗ୍ରାମ ବାସୀଙ୍କ ସହ ଆଖ ପାଖ ଦୂର ଦୂରାନ୍ତରର ଅନେକ ଗ୍ରାମରୁ ହଜାର ହଜାର ଲୋକଙ୍କ ସମାଗମ ହୋଇ ମାଁ ଦୂର୍ଗାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରୁଛନ୍ତି । ଦୂର୍ଗାପୂଜାରେ ବିକ୍ରି ହେଉଥିବା ଅନେକ ପ୍ରକାର ସୁସ୍ବାଦୁ ଖାଦ୍ୟ କିଣି ଖାଇବା ସହ ଲୋକେ ପ୍ରକାର ସାମଗ୍ରୀ କିଣି ଅତି ଆନନ୍ଦର ସହ ସମସ୍ତେ ଦୂର୍ଗାପୂଜାକୁ ଉପଭୋଗ କରୁଛନ୍ତି । ଚଳିତ ବର୍ଷ ଦୂର୍ଗାପୂଜା କମିଟିର ସଭାପତି ଭାବେ ଛନ୍ଦାଚରଣ ପଧାନ ଓ ସାଧାରଣ ସମ୍ପାଦକ ଭାବରେ ଅଶୋକ ପଧାନ ଦାୟିତ୍ବ ନିର୍ବାହ କରୁଛନ୍ତି ।ରେଙ୍ଗସାପାଲି ଗ୍ରାମର ଦୂର୍ଗାପୂଜା କମିଟିର ସଭାପତି ଓ ସମ୍ପାଦକଙ୍କ ସୁପରିଚାଳନା ସହ ସଦସ୍ୟମାନଙ୍କ ସହଯୋଗ କ୍ରମେ ୪୫ତମ ଦୂର୍ଗାପୂଜା ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.