ଜିଲ୍ଲାରେ ପରିକ୍ରମା କରିବ ଆନ୍ତଃ ରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଓ ଶ୍ରମ ଆଇନରେ ଥିବା ଅଧିକାର ଏବଂ ସୁବିଧା-ସୁଯୋଗ ଉପରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି । ଉଭୟ ଭାରତ ସରକାର ଏବଂ ଓଡିଶା ସରକାର ତରଫରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ ରହିଥିବା ସାମ୍ବିଧାନିକ ଅଧିକାର ସହ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ଉପରେ ଲୋକଙ୍କୁ ସଚେତନ କରାଯିବ । ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାଖାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ପ୍ରଚାର ରଥକୁ ଜିଲ୍ଲାପାଳ ବିମଳେନ୍ଦୁ ରାୟ,ଆରକ୍ଷୀ ଅଧୀକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ ଶର୍ମା, ପ୍ରକଳ୍ପ ନିର୍ଦେଶକ ଡୁଡା ବିଶ୍ୱନାଥ ବାରିକ, ବିଡ଼ିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ତହସିଲଦାର ଡ. ସୌମ୍ୟାରୁପା ରଥ ତଥା ଜିଲ୍ଲାସ୍ତରୀୟ ଅଧିକାରୀ, ବିଭଗୀୟ ଅଧିକାରୀ, କର୍ମଚାରୀ ସହ, ଜିଲ୍ଲା ଶ୍ରମିକ ସଂଘର କର୍ମକର୍ତ୍ତା, ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରଚାର ରଥ ଜିଲ୍ଲାର ୬ଟି ବ୍ଲକର ପ୍ରମୁଖ ସ୍ଥାନକୁ ପରିକ୍ରମା କରିବା ସହ ଲୋକଙ୍କୁ ପ୍ରବାସୀ ଶ୍ରମ ଆଇନ ଉପରେ ସଚେତନ କରିବ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.