ମନ୍ତ୍ରୀ ଟୁକୁନି ସାହୁଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ବଲାଂଗିର ତରଫରୁ ନାଗରିକ ସମ୍ମାନ

ବଲାଂଗିର,୪/୬ : ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ (କ୍ୟାବିନେଟ) ମନ୍ତ୍ରୀ ଶ୍ରୀମତୀ ଟୁକିନି ସାହଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ବଲାଂଗିର ତରଫରୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଓ ନାଗରିକ ସମ୍ମାନ ପ୍ରଦାନ କରାଯାଇଯଇଛି । ଟିଟିଲାଗଡ ବିଧାନସଭା କ୍ଷେତ୍ରରୁ ଲଗାତାର ଦୁଇଥର ଜିତି ଏଥର ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ଟୁକୁନି ସାହୁ । ସେ ବଲାଂଗିର ଜିଲ୍ଲାରେ ଅଷ୍ଟମ ତଥା ଜିଲ୍ଲାରେ ପ୍ରଥମ ମହିଳା କ୍ୟାବିନେଟ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘ,ବଲାଂଗିର ତରଫରୁ ଏନେଇ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଆଜି (ମଙ୍ଗଳବାର) ମଧ୍ୟାନ୍ନରେ ବଲାଂଗିର ସ୍ଥିତ ସାମ୍ବାଦିକ ଭବନ ପରିଷରରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଉତ୍ସବରେ ସଂଘର ସଭାପତି ହରି ନାରାୟଣ ପୁଝାରୀ, ସଂପାଦକ ସିଶିରକାନ୍ତ ସତପଥୀ, ଉପସଭାପତି ବଳରାମ ମିଶ୍ର, ବରିଷ୍ଠ ସଦସ୍ୟ ସତ୍ୟ ସୁନ୍ଦର ଭଞ୍ଜ, ମନୋରଞ୍ଜନ ଯୋଶୀ ପ୍ରମୂଖଙ୍କ ସହ କାର୍ଯ୍ୟକର୍ତ୍ତା, ବୁଦ୍ଧିଜିବୀ ଓ ଅନେକ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ବଲାଂଗିରରୁ ସଂଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.