ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କୀଡୀଗାଁ ପଞ୍ଚାୟତର କୀଡୀଗାଁ ଗ୍ରାମରେ ଜୈବିକଖତ ବିକ୍ରୟ କେନ୍ଦ୍ର ଉଦଘାଟନୀ କାର୍ଯ୍ୟକ୍ରମ “ପଞ୍ଚମୁଖୀ ସ୍ୱୟଂ ସହାୟକ ଗୋଷ୍ଠି” କୀଡୀଗାଁ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ, ଜିଲ୍ଲା ୟା.ପି ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର (ୱାସନ) ଗଜପତି, ସରପଂଚ ଶ୍ରୀମତୀ ଆର: ରଜନୀ, ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା, ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ କାଶୀନଗର ପ୍ରମୁଖ ଅତିଥି ମାନଙ୍କ ଉପସ୍ଥିତିରେ ସଂଯୋଜକ ସି.ସି.ଡ଼ି-ସଂସ୍ଥା ପାରଳାଖେମୁଣ୍ଡି ଓ ଶ୍ରୀ ଅନ୍ନ ଅଭିଯାନ ର ଆର୍ଥିକ ସହାୟତାରେ କରା ଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସଂଯୋଜକ ଶ୍ରୀ ହୃଷିକେଶ ପଣ୍ଡା “ବିଷ ମୁକ୍ତ ଚାଷ” ପାଇଁ ଜୈବିକ ଖତ ର ଆଵଶ୍ୟକତା, ଆର୍ଥିକ ଲାଭ ଓ ପରିବେଶ ସୁରକ୍ଷl ରେ ଏହାର ଭୂମିକା ଉପରେ ଆଲୋଚନା କରିଥିଲେ l ଏଥିସହ ବିଭିନ୍ନ ଜୈବିକ ଖତ ଓ ସାର ଯଥା ହାଣ୍ଡି ଖତ, ଜିବା ମୃତ, ବୀଜମୃତ ହଦରୀ, ନିମ୍ବା ଅସ୍ତ୍ର ଓ ଅମୃତ ଜଳର ପ୍ରସ୍ତୁତି, ବ୍ୟବହାର ଓ ଉପକାର ବିଷୟରେ ଅବଗତ କରାଇବା ସହ ହାଣ୍ଡି ଖତ’ର ପ୍ରସ୍ତୁତି କରାଇଥିଲେ l ଜିଲ୍ଲା ଅତିରିକ୍ତ ସଂଯୋଜକ ଶ୍ରୀ ଗଗନବିହାରୀ ପାଲ, ଜୈବିକଖତ ଓ ସାର ବଜାରିକରଣ ବିଷୟରେ ଧାରଣା ଦେଇଥିଲେ, ଜିଲ୍ଲା ୟା.ପି: ସୁଶ୍ରୀ ଶ୍ରୀ ଶର୍ମିଷ୍ଠା ମିଶ୍ର ଆର୍ଥିକ ପ୍ରୋତ୍ସାହନ ର ପରିଚାଳନା ବିଷୟରେ ଗୁରୁତ୍ୱ ଦେଇଥିଲେ l ଜୈବିକ ଖତ ଓ ସାର ପ୍ରସ୍ତୁତି, ବ୍ୟବହାର ଓ ଉପକରିତା ବିଷୟରେ ଏକ ପମ୍ପଲେଟ ମଧ୍ୟ ଅତିରିକ୍ତ ବ୍ଲକ ସଂଯୋଜକ ଶ୍ରୀ ଗୁରୁନାଥ ଭୂୟାଁ ବଣ୍ଟନ କରିଥିଲେ l ସ୍ଥାନୀୟ ସରପଂଚ ଶ୍ରୀମତୀ ଆର ରଜନୀ ପଂଚାୟତ ସ୍ତର ରେ ଜୈବିକ ଖତ ଓ ସାର ପ୍ରସାର କରିବା ପାଇଁ ପଂଚାୟତ ସ୍ତରରେ ଏକ ତାଲିମ କାର୍ଯ୍ୟକ୍ରମ କରିବା ପାଇଁ ମତ ଦେଇଥିଲେ l ଜିନୀତା ଗମାଙ୍ଗ (ମିଶନ ଶକ୍ତି) ମା ଭବାନୀ ସ୍ୱୟଂ ସହାୟକ ଗୋଷ୍ଠି ଭଲ ବ୍ୟବସାୟ କରି ଅଧିକ ଲାଭବାନ ସହ ବ୍ଲକ ସ୍ତରରେ ଏକ ଉଦାହରଣ ହେବାପାଇଁ ବିଶେଷ ଧ୍ୟାନ ଦେବାକୁ କହିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.