ଘର ମୁହାଁ ହୋଇ ପୁଣି ବିଜେଡିକୁ ଫେରିଲେ ଅନେକ ଜନ ପ୍ରତିନିଧି ଓ ସମିତି ସଭ୍ୟ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (ଡ.କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କଦମ୍ବ ମଠ ଠାରେ ବୁଗୁଡ଼ା ବିଜେଡ଼ି ଜନପ୍ରତିନିଧି ମାନଙ୍କୁ ପ୍ରଶାସନ ପକ୍ଷରୁ ଅଣଦେଖା କରୁଥିବା ନେଇ ଏକ ଆଲୋଚନା ବୈଠକ କରିବା ପାଇଁ ବିଗତ ଦିନରୁ ଗୃହିତ ହୋଇଥିଲା। ଯାହାକୁ ନେଇ ବିଜେଡି ବୁଗୁଡ଼ା ବ୍ଲକ ସଭାପତି ଖଦାଳ ଖଟେଇଙ୍କ ସଭାପତିତ୍ବରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ବିଭିନ୍ନ ପଞ୍ଚାୟତର ବିଜେଡି ଜନପ୍ରତିନିଧି ମାନେ ଯୋଗଦେଇ ତାଙ୍କ ପ୍ରତି ବୁଗୁଡ଼ା ବ୍ଳକ ପ୍ରଶାସନ ପକ୍ଷରୁ ହେଉଥିବା ମନମୁଖୀ କାର୍ଯ୍ୟ, ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରି ଅଣଦେଖା କରୁଥିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଆଲୋଚନା ପରେ ଏହାକୁ ନେଇ ଆଗାମୀ ଦିନରେ ବ୍ଳକ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୁଗୁଡ଼ା ବ୍ଳକର ବିକାଶ ଓ କିଛି ପଞ୍ଚାୟତର ବିକାଶ ପାଇଁ ପୂର୍ବରୁ ବିଜେଡି ଦଳ ଛାଡି ବୁଗୁଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, କରସିଙ୍ଗି ସମିତି ସଭ୍ୟ ଚିକୁ ବାରିକ ଓ ଭାମଶ୍ଯାଳି ସମିତି ସଭ୍ୟାଙ୍କ ପ୍ରତିନିଧି ଗଣେଶ ପ୍ରଧାନ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଦିର୍ଘଦିନ ଧରି ତାଙ୍କ ପ୍ରତି ଅଣଦେଖା କରାଯାଉଥିବା ବେଳେ ଆଜି କଦମ୍ବମଠ ଠାରେ ଚାଲିଥିବା ବୈଠକ ସ୍ଥଳକୁ ଯାଇ ସେଠାରେ ପୁଣି ବିଜେଡି ପ୍ରତ୍ୟାବର୍ତ୍ତନ ପାଇଁ ପୂର୍ବତନ ବିଧାୟକଙ୍କ ସହିତ ଆଲୋଚନା କରି ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିଲେ। ଅଞ୍ଚଳ ସହିତ ବ୍ୟକ୍ତିଗତ ବିକାଶ ପାଇଁ ଦଳ ଛାଡି ଯାଇଥିବା ବେଳେ ବିଜେପିର କିଛି କୁଚକ୍ରୀଙ୍କ ହିନ ରାଜନୀତି ଯୋଗୁଁ ସେମାନେ ପୁଣି ଘର ବାହୁଡ଼ା ହୋଇଥିବା ପ୍ରକାଶ କରିଥିଲେ। ଏହା ସହିତ ଆଗାମୀ ଦିନରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଏହି ବୈଠକରେ ବିଜେଡିର ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ରହି ଆଲୋଚନା ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.