ଭାନପୁର ଗ୍ରାମ ପଞ୍ଚାୟତରେ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ୨୪ ଗୋଟି ଗ୍ରାମ ପଞ୍ଚାୟତ ଏବଂ ନର୍ଲା ଏନଏସି ଅଞ୍ଚଳରେ ରାଜ୍ୟ ସରକାରଙ୍କ ସଫଳତାର ସହିତ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକଶିତ ଓଡିଶା” ବା “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁକ୍ରବାର ନର୍ଲା ବ୍ଲକ ଅଧିନସ୍ଥ ତୁଳାପଡା, ବାଲସିଙ୍ଗା ଓ ଭାନପୁର ଗ୍ରାମ ପଞ୍ଚାୟତ ଠାରେ ଏହି “ବିକଶିତ ଓଡିଶା” କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଭାନପୁର ଗ୍ରାମ ପଞ୍ଚାୟତ ପରିସରରେ ଭବ୍ୟ ଭାବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସରପଞ୍ଚ ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ପରିଚାଳନା କରିଥିଲେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରୀ ଭୋଇ। ଭାନପୁର ଗ୍ରାମ୍ୟ କୃଷି କିର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ନୋଡାଲ ଅଧିକାରୀ ଭାବରେ ଗ୍ରାମ ପଞ୍ଚାୟତର ଡିଇଓ ଝାନସୀ ପଧାନ, ଏମବିକେ ସସ୍ମୀତା ଖାଡଙ୍ଗା, ୱାର୍ଡ ସଭ୍ୟ ରମେଶ କୁମାର, ବିବତ୍ସ କୁମାର, ଚନ୍ଦ୍ରମଣି ମାଝୀ, ଦେବକି ପାଟମାଝୀ, ଅନୁସାୟା ଶବର, ପିତବାସ ଖାଡଙ୍ଗା, ଭାନପୁର ଏଲଆଇ ସୁଶାନ୍ତ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଏବଂ ଏଥିରୁ ଜନସାଧାରଣ କିଭଳି ଲାଭାନ୍ୱିତ ହେଉଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ।

କୃଷି ବିଭାଗ ତରଫରୁ ଭିଏଡବ୍ଲୁ ଶ୍ରୀମତୀ ମହାପାତ୍ର ପିଏମ କିସାନ, ସିଏମ କିସାନ ଯୋଜନା ଓ ଫାମର୍ସ ପଞ୍ଜିରଣ ଯୋଜନା ଗୁଡିକରେ ସରକାରଙ୍କ ସଫଳତା ଓ ଲାଭାର୍ଥିଙ୍କ ବିଷୟରେ ବର୍ଣ୍ଣନା କରିଥିଲେ। ସେହିଭଳି ପ୍ରାଣୀ ସମ୍ପଦ ବିଭାଗ ଅଧିକାରୀ ପ୍ରାଣୀ ସମ୍ପଦ ପାଳନ ଉପରେ ସରକାରଙ୍କର କଣ ସବୁ ଯୋଜନା ରହିଛି ସେ ବିଷୟରେ ବିସ୍ତୃତ ଭାବରେ ଲୋକଙ୍କୁ ବୁଝାଇଥିଲେ। ମିଶନ ଶକ୍ତି ତରଫରୁ “ଲକ୍ଷପତି ଦିଦି” ଯୋଜନା ଉପରେ ମହିଳା ମାନେ କହିଥିଲେ। ଏହାବାଦ ଅଙ୍ଗନୱାଡି କର୍ମୀ ମାନେ ସରକାରଙ୍କ ସୁଭଦ୍ରା ଯୋଜନା ବିଷୟରେ କହିବା ସହିତ ଲାଭାନ୍ୱୀତ ହିତାଧିକାରୀ ମାନେ ସୁଭଦ୍ରା ଯୋଜନା ପାଇଁ ସେମାନଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମର ସ୍ୱୟଂ ସହାୟୀକା ଗୋଷ୍ଠୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ରାଜ୍ୟ ସରକାରଙ୍କ ମାଚ ଚାଷ ଯୋଜନା କରି ସଫଳତା ଲାଭ କରିଥିବା ରାକ୍ସୀର ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କ ସଫଳତା ବିଷୟରେ ବର୍ଣ୍ଣନା କରିଥିଲେ।

ଏଥିରେ ରାଜ୍ୟ ସରକାରଙ୍କ ଅନ୍ତୋଦୟ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ ଏବଂ ସିଏମ କିସାନ ଯୋଜନା, ସୁଭଦ୍ରା ଯୋଜନା, କାମଧେନୁ ଯୋଜନା, ଭିଭିଜି ରାମଜୀ ଯୋଜନା, ଲକ୍ଷପତି ଦିଦି ଯୋଜନା ଭଳି ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକ ବିଷୟରେ ଉପସ୍ଥିତ ଅଧିକାରୀ ମାନେ ବିସ୍ତୃତ ଭାବରେ ବୁଝାଇଥିଲେ। ଭାନପୁର ସ୍ୱାସ୍ଥ୍ୟ ବିଭାଗ ତରଫରୁ ଉପସ୍ଥିତ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା୍‌ାଇ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ସେମାନଙ୍କ ନିଜସ୍ୱ ଉତ୍ପାଦିତ ସାମଗ୍ରୀ ଏଥିରେ ପ୍ରଦର୍ଶନ କରିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅଙ୍ଗନୱାଡି କର୍ମି ମାନଙ୍କୁ ରାଜ୍ୟ ସରକାରଙ୍କ ପ୍ରଦତ୍ତ ଗୋଟାଏ ଲେଖାଏଁ “ଏଣ୍ଡ୍ରଏଡ ମୋବାଇଲ ଫୋନ” ପ୍ରଦାନ କରିବା କାର୍ଯ୍ୟକ୍ରମକୁ ଭାନପୁର ସରପଞ୍ଚ ଶ୍ରୀ ମାଝୀ ଶୁଭାରମ୍ଭ କରିବା ସହିତ ଉପସ୍ଥିତ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ଫୋନ ପ୍ରଦାନ କରିଥିଲେ। ଭାନପୁର ଗ୍ରାମ ପଞ୍ଚାୟତ ଷ୍ଟାଫ ଶମ୍ଭୁ ହାତୀ, ରଘୁନାଥ ଭୋଇ, ସୁନୀଲ ଓ ସ୍ୱେଚ୍ଛାସେବୀ ଆଦିକନ୍ଦ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସରପଞ୍ଚ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.