ସୁବର୍ଣ୍ଣପୁର ଭିଜିଲାନ୍ସ ଜାଲରେ ଚକ୍ଷୁ ଡାକ୍ତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଞ୍ଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ସୋନପୁର ଭିଜିଲାନ୍ସ ଟିମ । ଜଣେ ରୋଗୀ ଙ୍କ ଆଖି ଅପରେସନ ପାଇଁ ପଇସା ଡିମାଣ୍ଡ କରିଥିଲେ ସେ ଏବଂ ନେବା ବେଳେ ଧରା ପଡ଼ିଥିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଚକ୍ଷୁ ଡାକ୍ତର ସଞ୍ଜୀବ କର । ବୀରମହାରାଜପୁର ବ୍ଲକ ଯାଲୋଏ ଗାଁ ର ଲକ୍ଷ୍ମଣ ତ୍ରିପାଠୀ ତାଙ୍କ ଆଖି ଅପରେସନ ପାଇଁ ଡ଼ାକ୍ତରଖାନା କୁ ଯିବାରୁ ସଂପୃକ୍ତ ଡାକ୍ତର ପଇସା ଡିମାଣ୍ଡ କରିଥିଲେ l ତେବେ ପରେ ସେ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହେଇଥିଲେ ଲକ୍ଷ୍ମଣ ଓ ଅପରେସନ ପାଇଁ ଏହି ଟଙ୍କା ଦେଉଥିଲେ । ଏବେ ଡାକ୍ତର ସଞ୍ଜୀବ କର ଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜର ବାସଭବନ ଓ ସୋନପୁର ସହର ସ୍ଥିତ ବାସଭବନ ରେ ତଲାସୀ ଚାଲିଥିବା ନେଇ ସୂଚନା ଦେଇଛି ଭିଜିଲାନ୍ସ ବିଭାଗ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.