କେନାଲରୁ ଜଳସେଚନ ପାଇଁ ଚାଷୀଙ୍କ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା ଟେଣ୍ଡାପାଲି ଗ୍ରାମ ପଞ୍ଚାୟତର ନିମପଡା ଗାଁର ଚାଷୀ ସମୂହ ମେଗାଲିଫ୍ଟ କେନାଲରୁ ଜଳସେଚନ ବ୍ୟବସ୍ଥା ପାଇଁ ସୋମବାର ବିଭାଗୀୟ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଯେ, ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲ କୋକସରା ବ୍ଲକ ମାଝୀଗୁଡା, ସିର୍ଲିଗୁଡା ଦେଇ ନେଗୀଗୁଡା ପର୍ଯ୍ୟନ୍ତ ସଂଯୋଗ ହୋଇଛି। ହେଲେ ସିର୍ଲିଗୁଡା ଡିଏମ୍-୧୬ କେନାଲ ନିକଟ ଚାଷଜମି ହୋଇଥିଲେ ମଧ୍ୟ ନିମପଡା ଗ୍ରାମର ଚାଷୀ ଜଳସେଚନରୁ ବଞ୍ଚିତ ହେଉଛନ୍ତି। ଏଣୁ ଆଜି ଚାଷୀମାନେ ଏକତ୍ରିତ ହୋଇ କୁସୁମଖୁଣ୍ଟି ସ୍ଥିତ ଇନ୍ଦ୍ରାବତୀ ଉଠାଜଳସେଚନ ବିଭାଜନ କାର୍ଯ୍ୟାଳରେ ପହଞ୍ଚି ଥିଲେ। କନିଷ୍ଠ ଯନ୍ତ୍ରୀ ବିଶ୍ବଜିତ ବିହାରୀଙ୍କୁ ଚାଷୀମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏବଂ ଡିଏମ୍-୧୫ କେନାଲ ନିକଟର ଅଣ ଜଳସେଚିତ ଚାଷୀଙ୍କ ଜମିରେ ଜଳସେଚନ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି। କନିଷ୍ଠ ଯନ୍ତ୍ରୀ ବିଶ୍ବଜିତ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଦାବିପତ୍ର ପ୍ରଦାନ ସମୟରେ ଚାଷୀ ନେତା ରାଜେନ୍ଦ୍ର ନାଏକଙ୍କ ସମେତ ଚାଷୀ ଡମ୍ବରୁ ଧରୁଆ, କୀର୍ତ୍ତନ ମାଝୀ, ଉଧବ ନାଏକ, କୃଷ୍ଣ ନାଏକ, ରବିଚନ୍ଦ୍ର ନାଏକ, ରୋମାଞ୍ଚଲ ଧରୁଆ, ଭୂତେଶ୍ୱର ମେହେର, ପାର୍ଥ କୁମାର ମେହେର, ମାନସିଂ ମାଝୀ, ରାଧେ ନାଏକ, ଚକ୍ର ଧରୁଆ, ସନୁ ନାଏକ, କମ୍ବୁ ଗଇଁନ୍ତା, ସନୁ ମାଝୀ, ଟଙ୍କଧର ନାଏକ, ଖଗପତି ଗଇଁନ୍ତା, ଲବ ଧରୁଆ, ଜିତେ ଧରୁଆ, ଥବିର ବିଶି, ଦିଗେ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.