ମାଁ ମାଣିକେଶ୍ବରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସ୍ବଚ୍ଛତା ଅଭିଯାନ ଏବଂ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ନୂଆ ଓ ନବୀନ ଓଡ଼ିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ୱରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସାମାଜିକ କାର୍ଯ୍ୟକଳାପରେ ଏକ ସ୍ୱଚ୍ଛତା ଅଭିଯାନ ତଥା ସଫେଇ କାର୍ଯ୍ୟକ୍ରମ, ସଡକ ସୁରକ୍ଷା ସଚେତନତା ଶୋଭାଯାତ୍ରା ଏବଂ ବିପର୍ଯ୍ୟୟ ପ୍ରଶମନ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଫେଇ ଓ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ, ଛାତ୍ର ନେତା ସୁଜନ ନାଏକ ପ୍ରମୁଖ ଛାତ୍ରଛାତ୍ରୀଙ୍କ ସହିତ ସାମିଲ ହୋଇଥିଲେ। ସେହିପରି ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଅଧ୍ୟାପକ ଅଶୋକ ପଟ୍ଟନାୟକ, ସ୍ଥାନୀୟ ପୋଲିସ କର୍ମଚାରୀ ସାମିଲ ହୋଇଥିବା ବେଳେ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ହାବିଲଦାର ସୁନୀଲ ବେହେରାଙ୍କ ତତ୍ବାବଧାନରେ ବିଭାଗର କର୍ମଚାରୀ ଶିବିର ସଞ୍ଚାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୋଡାଲ ଅଧିକାରୀ ତଥା ଅଧ୍ୟାପକ ସରୋଜ ପଟ୍ଟଯୋଷୀ, ବନ ବିହାରୀ ପରିଡା, ବବୃ ବାହାନ ବୁଦ୍ଧିଆ, ଉଦ୍ଧବ ବାରିକ, ଶେକ ଆଖଟର ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ ଆବହକତ୍ୱ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା। ନୂଆ ଓ ନବୀନ ଓଡ଼ିଶା ଓ ଯୁବ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତରେ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଏଭଳି ଅନେକ ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.