ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ନବବର୍ଷ ଉପଲକ୍ଷେ ଗଳ୍ପ ଉତ୍ସବ : ୫ ଅତିଥି ଗାଳ୍ପିକ ପାଠ କଲେ ସ୍ବରଚିତ ଗଳ୍ପ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୂଲ୍ୟରେ କବିତୀର୍ଥ ଶାନ୍ତିକାନନ ଠାରେ ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ନବବର୍ଷ ଅବସରରେ ଏକ ମନୋଜ୍ଞ ଗଳ୍ପ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଗାଳ୍ପିକ ନିବାରଣ ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଗଳ୍ପ ଏହି ଗଳ୍ପୋତ୍ସବରେ ଗାଳ୍ପିକ ଅଞ୍ଜନ ଚାନ୍ଦ ‘ସମୟ ସୁଅରେ’, ଗାଳ୍ପିକ ଉଦୟ ନାରାୟଣ ଦାସ ‘କଥା ଥିଲା’, ଗାଳ୍ପିକ କୃଷ୍ଣ କୁମାର ମହାନ୍ତି ‘ଗୋଟେ କପ୍ ପ୍ରତାରଣା’, ଗାଳ୍ପିକ ପ୍ରଶାନ୍ତ ଦାସ ‘ଦୁଃଖୀ ମଣିଷ’ ଓ ଗାଳ୍ପିକା ସ୍ମୃତି ଦାସ ‘ପକେଟମାର୍’ ଶୀର୍ଷକ ସ୍ବରଚିତ ଗଳ୍ପମାନ ପାଠ କରି ଶ୍ରୋତୃମଣ୍ଡଳୀଙ୍କୁ ଅଭିଭୂତ କରାଇଥିଲେ।

ପଠିତ ଗଳ୍ପଗୁଡ଼ିକୁ ବରିଷ୍ଠ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଆଲୋଚନା କରି କହିଥିଲେ ଯେ ପ୍ରତିଟି ଗଳ୍ପରେ ପ୍ରେମ ଓ ରୋମାଣ୍ଟିକ୍ ଭାବଧାରାର ଆବେଦନ ରହିଥିଲେ ହେଁ ଜୀବନ ପ୍ରତି ଏକ ଅନୁଭବସିଦ୍ଧତା ହିଁ ଗଳ୍ପଗୁଡିକୁ ସ୍ମରଣୀୟ କରିଛି।

ଏହି ଅବସରରେ ପରିଷଦର ବରିଷ୍ଠ ସଦସ୍ୟା ଅରୁଣା ରାୟ ଅତିଥି ଗାଳ୍ପିକମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନପୂର୍ବକ ସମ୍ବଦ୍ଧିର୍ତ କରିଥିଲେ। ସଂପାଦକ ଦୀପକ ବୋଷ ପ୍ରାକ୍-କଥନ ରଖିଥିବା ବେଳେ ଯୁଗ୍ମ ସଂପାଦକ ଡକ୍ଟର ସାରଙ୍ଗଧର ତ୍ରିପାଠୀ ମଂଚ ଆବାହନ କରିଥିଲେ। ଅନ୍ୟତମ ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଗଳ୍ପୋତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଦୀନବନ୍ଧୁ ଲେଙ୍କା, ତପନ ରାୟ, ବିଜୟ କୁମାର ମହାନ୍ତି, ଡ. ରମାକାନ୍ତ ନାୟକ, ଲକ୍ଷ୍ମଣ ଚରଣ ବିଶ୍ବାଳ, ସଂଜୟ ପଣ୍ତା, ରାଜେଶ ଗିରି, ଚିତ୍ରାରାଣୀ ପାତ୍ର, ଜ୍ୟୋତ୍ସ୍ନା ରାୟ, ବାସନ୍ତୀ କର, ସୁଷମା ମହାପାତ୍ର, ମାମିନା ମହାପାତ୍ର, ଅଞ୍ଜଳି ପଣ୍ତା, ଊମିର୍ଳା ନାୟକ, ସଙ୍ଗୀତା ବାରିକ, ଅମିତା ଚାନ୍ଦ, ପ୍ରଣିତା ମିଶ୍ର, ଶରତ କୁମାର ମହାପାତ୍ର, ମମତା ଦାସ, ଶାନ୍ତି ବିଶି, ଝରଣା ଦାସ, ପଦ୍ମଲୋଚନ ଦତ୍ତ, କରୁଣାକର ସ, ଲମ୍ବୋଦର ନାୟକ, କମଳାକାନ୍ତ ଦାଶ, ଶିବଶଙ୍କର ନନ୍ଦୀ, ପୀତାମ୍ବର ବେହେରା, ରାମନାରାୟଣ ଦେ, ବେଣୁଧର ସାହୁ, ମନ୍ମଥ କୁମାର ସାହୁ, ଅବକାଶ କର, ଅବନ୍ତୀ ପ୍ରଧାନ, ପ୍ରିୟଙ୍କା ପ୍ରିୟଦଶିର୍ନୀ ଦାସ, ବାସନ୍ତୀ ଦେ, ପ୍ରଫୁଲ୍ଲ କୁମାର ମହାପାତ୍ର, ରମେଶ ଚନ୍ଦ୍ର ଦାଶ, ବିଦିଶା ଚାନ୍ଦ, ଅନନ୍ୟା ଦାସ, ଗଗନ କୁମାର ସେଠୀ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। କବିତା ପାଠୋତ୍ସବର ପ୍ରାବଲ୍ୟ ବେଳେ ପରିଷଦର ଗଳ୍ପ ପାଠ ପ୍ରତି ଆଗ୍ରହ ନିଶ୍ଚିତ ଭାବେ ଆଗାମୀ ଦିନରେ ଏହାକୁ ଲୋକପ୍ରିୟ କରାଇବ ବୋଲି ଆମନ୍ତ୍ରିତ ଗାଳ୍ପିକ ମାନେ ମତବ୍ୟକ୍ତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.