ଘଣ୍ଟମାଳ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀଙ୍କୁ ଅଵସର କାଳୀନ ସମ୍ୱର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଘଣ୍ଟମାଳ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀ ତାଙ୍କ ଶିକ୍ଷକତା ଜୀବନରୁ ଅବସର ନେଇଛନ୍ତି। ତାଙ୍କ ପାଇଁ ବିଦ୍ୟାଳୟ ପରିଚାଳନା ସମିତି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ।

ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନର୍ଲା ସୁଢଳ ଦେବ ମୁଣ୍ଡ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।  ସମ୍ମାନୀତ ଅତିଥି ଭାବରେ ଭବାନୀପାଟଣା ସଦର ଏବିଇଓ ହୃଷୀକେଶ ନାଏକ, ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମୀନକେତନ ସାହୁ, ସମ୍ପାଦକ ଅମିତ କୁମାର ଶର୍ମା, ଅବସରପ୍ରାପ୍ତ ଶିକ୍ଷକ ନେପାଳ ସାହୁ, ହରିଅର୍ଜୁନ ସିଂ, ଉଦ୍ଧବ ପଧାନ, ଶିକ୍ଷକ ଜଗନ୍ନାଥ ସାହୁ, ସନା ନାଏକ, କ୍ଷିତିଶ ମାଝୀ, ଉମାକାନ୍ତି ନାଗ, ସନ୍ତୋଷିନୀ ମାଝୀ, ସରୋଜ ବେହେରା, ପରିଚାଳନା ସମିତିର ବରିଷ୍ଠ ସଦସ୍ୟା କୁନ୍ତୀ ମାଝୀ, ବିକ୍ରମ ସା ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ବିଦାୟୀ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀଙ୍କ ବିଦ୍ୟାଳୟରେ ଶିକ୍ଷକତା ସମୟରେ ତାଙ୍କର ଛାତ୍ର ବତ୍ସଳ ସ୍ୱଭାବ, ସମୟାନୁ ବର୍ତ୍ତିତା, ଅମାୟିକ ବ୍ୟକ୍ତିତ୍ୱ ବିଷୟରେ ସ୍ମୃତି ଚାରଣ କରିଥିଲେ।

ଏହାପରେ ବିଦାୟୀ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀ ଓ ତାଙ୍କ ସହଧର୍ମିଣିଙ୍କୁ ପ୍ରାଥମିକ ଶିକ୍ଷକ ସଂଘ ଓ ବିଦ୍ୟାଳୟ ତରଫରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଭୋଜନ ବିରତି ପରେ ଦ୍ବିତୀୟ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ନର୍ଲା ଭାରପ୍ରାପ୍ତ ବିଇଓ ପବିତ୍ର ଗଡତ୍ୟା, ଏବିଇଓ ଗୋବର୍ଦ୍ଧନ ମାଝୀ, ଜୟସେନ ନିଆଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିରାମ ପଧାନ ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକଙ୍କୁ ତାଙ୍କର ଫାଇନାଲ୍ ପେନସନ କାଗଜ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ବିଦାୟୀ ଶିକ୍ଷକଙ୍କ ତାଙ୍କର ବିଦ୍ୟାଳୟ ପ୍ରତି ନିଷ୍ଠା ବିଷୟରେ କହିବା ସହ ତାଙ୍କର ଭୂୟସୀ ପ୍ରଂଶସା କରିଥିଲେ।

ସଭାର ସଭାପତି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଏହି ବିଦ୍ୟାଳୟର ଛାତ୍ର ହେବା ସହ ତାଙ୍କ ଜନ୍ମ ବର୍ଷରେ ବିଦ୍ୟାଳୟ ଆରମ୍ଭ ହୋଇଥିବାରୁ ଏହାର ଇତିହାସ ଓ ଏହି ବିଦ୍ଯାଳୟରେ ୨୬ ବର୍ଷ ଧରି ଶିକ୍ଷକତା କରି ଆସିଥିବା ବିଦାୟୀ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀଙ୍କ ବିଷୟରେ ମଧ୍ୟ ବହୁତ କିଛି କହି ତାଙ୍କର ଭୂୟସୀ ପ୍ରଂଶସା କରିଥିଲେ। ଵିଦ୍ୟାଳୟର ଶିକ୍ଷକ ସୁଜିତ ପଣ୍ତା ମଞ୍ଚ ଓ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ଅମ୍ବିକା ପଣ୍ତା, ରେଖା ଖୈତାନ, ଜୟଶ୍ରୀ ଗୋଚ୍ଛାୟତ, ଗୁଣ୍ଡିଚା ବାଡତ୍ୟା ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ଯକ୍ରମ ଶେଷରେ ସଭାପତି ଶ୍ରୀ ସା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.