ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦ୍ଵିତୀୟ ବାର୍ଷିକ ସମ୍ବର୍ଦ୍ଧନା ସମାରୋହ ଓ ଆଲୋଚନା ଚକ୍ର

ଓଡିଆ ବାର୍ତ୍ତା/ କଟକ: କଟକ ସଦର ୪୨ ମୌଜା ଶୀତଳ ନଗର ପାର୍ବତୀ ନୋଡାଲ୍ ବିଦ୍ୟାପୀଠ ଆଲୁମିନି କମିଟି ପକ୍ଷରୁ ଦିତୀୟ ବାର୍ଷିକ ସମ୍ବର୍ଧନା ସମାରୋହ ଅନୁଷ୍ଠିତ ହୋଇ ଦଶମ ଶ୍ରେଣୀର ଉତ୍ତୀର୍ଣ୍ଣ ମେଧା ବିଦ୍ୟାର୍ଥୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରବୀର କିଶୋର ପରିଡ଼ା ମୁଖ୍ୟ ଅତିଥି,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମରେନ୍ଦ୍ର ବେହେରା ସମ୍ମାନିତ ଅତିଥି ଏବଂ ପୂର୍ବତନ ଛାତ୍ର ପ୍ରଭାତ ଦେବତା ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ । ଆଲୁମିନି କମିଟିର ସଭାପତି ଅଶୋକ ରାଉତ, ସନ୍ତୋଷ ବେହେରା, ହେମନ୍ତ ମହାପାତ୍ର, ମହେନ୍ଦ୍ର ମହାପାତ୍ର, ପ୍ରଭାତ ତ୍ରୀପାଠୀ, ପ୍ରସନ୍ନ ଭୋଇ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା ପୁରାତନ ଛାତ୍ର ପଦ୍ମନାଭ ଗୋଚ୍ଛାୟତ, ବିଦ୍ୟାଳୟର ସାଂସ୍କୃତିକ ପ୍ରମୁଖ କଣ୍ଠ ଶିଳ୍ପୀ ବିଷ୍ଣୁମୋହନ କବି ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବତନ ଛାତ୍ର ରବୀନ୍ଦ୍ର ଦେବତା ସ୍ୱାଗତ ଭାଷଣ, ପର୍ଶୁରାମ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ସହ ପୂର୍ବତନ ଛାତ୍ରୀ ତଥା ଶିକ୍ଷାବିତ୍ ସୁମିତା ଦେବତା ମଞ୍ଚ ପରିଚାଳନା କରିଥିଲେ । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଶ୍ରେଷ୍ଠ ୧୫ ଜଣ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ସୁଧାକର ଦେବତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା । ପୁରାତନ ଛାତ୍ର କଳ୍ପନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୯ମ ଶ୍ରେଣୀର ଛାତ୍ରଛାତ୍ରୀ ଓ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବର୍ଗ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.