ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ଆଜି ମ.ରାମପୁର ବ୍ଲକ ଶ୍ରୀରାମକୃଷ୍ଣ ବୃଦ୍ଧାଶ୍ରମ ଠାରେ ଅଭିଜ୍ଞତାମୂଳକ ଶିକ୍ଷା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ଥିବା ଅନ୍ତେବାସୀ ମାନଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା। ଅଥିତି ମାନଙ୍କ ଦ୍ୱାରା ପରିଚୟ ପ୍ରଦାନ କରି ତାଙ୍କର ଅନୁଭୂତି ଆଦାନ ପ୍ରଦାନ କରି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଅନ୍ତେବାସୀ ମାନଙ୍କୁ କିଛି ଫଳ ବଣ୍ଟନ କରାଯାଇଥିଲା। ଏହାର ଉଦେଶ୍ୟ ବୃଦ୍ଧାଶ୍ରମରେ କିଛି ସମୟ ବିତାଇବା ବୃଦ୍ଧା ଓ ଅସହାୟ ବ୍ୟକ୍ତିଙ୍କ ଜୀବନରେ ଖୁସି ଆଣିଦେଇଥାଏ। ଏହା ସେମାନଙ୍କୁ ନିଃସଙ୍ଗତାରୁ ମୁକ୍ତ କରି ସେମାନଙ୍କ ସହ ଅନୁଭୂତି ବାଣ୍ଟିବାର ଏକ ସୁଯୋଗ ଏହା ହିଁ ବିକଶିତ ଭାରତ ଅଂଶ ବୋଲି ଅତିଥି ମନେ ମତବ୍ୟକ୍ତ କରିଥିଲେ। ଏଥିରେ ଅତିଥି ଭାବେ ଶ୍ରୀରାମକୃଷ୍ଣ ଆଶ୍ରମ ସହ ସମ୍ପାଦକ ସ୍ୱାମୀ ବିରେଶ ନନ୍ଦ, ମୋ ଭାରତ ଜିଲ୍ଲା ଯୁବ ଅଧିକାରୀ ଶ୍ରୀମାନ ବଂଶ ଶର୍ମା, ମୋ ଭାରତ ଲେଖା ଏବଂ କାର୍ଯ୍ୟକ୍ରମ ପର୍ଯ୍ୟବେକ୍ଷକ ଶ୍ରୀମାନ ଦ୍ୱତୀୟ ବନଛୋର, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ପ୍ରକୃତି ବନ୍ଧୁ ଶମ୍ଭୁ ବିଶି, ପ୍ରକୃତି ବନ୍ଧୁ ଲଳିତ ମୋହନ ଭୋଇ, ଯୁବକବି ଉଦେୟନାଥ ଭୋଇ, ସ୍ବେଛାସେବୀ ଅନିଲ ପରାସେଠ, ଦୁର୍ଯ୍ୟୋଧନ ବିଭାର, ସମୀର କୁମାର ନାଏକ, ବିପ୍ର ମାଝୀ, ଚୁଳମଣୀ ମାଝୀ ଉପସ୍ଥିତ ରହି ଥିଲେ ପରେ ମଟଗଣ୍ଡା ଶ୍ରୀରାମକୃଷ୍ଣ ଆଶ୍ରମ ଠାରେ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ କରି ନିଶା ମୁକ୍ତ ସମାଜ, ସୁସ୍ଥ ଓଡ଼ିଶା ନିଶାଠାରୁ ଦୂରେଇ ରହିବା, ସୁସ୍ଥ ଜୀବନ ବଞ୍ଚିବା ବୋଲି ଶପଥ ପାଠ କରିଥିଲେ।





