ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ୱାଭିମାନ ମଞ୍ଚ ଜୁଲାଇ ୧ ରେ ନର୍ଲାରୋଡ ରେଳ ଷ୍ଟେସନ ରେ ରେଳରୋକ ଆନ୍ଦୋଳନ କରିବ। ଏଥିପାଇଁ ବିଶେଷ ପ୍ରସ୍ତୁତି ହୋଇ ସାରିଛି। ଏନେଇ ଗତ ଶୁକ୍ରବାର ନର୍ଲା ଡାକ ବଙ୍ଗଳା ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଗତ ଶନିବାର ଠାରୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ନର୍ଲା ବ୍ଲକ ଓ ମ.ରାମପୁର ବ୍ଲକ ସାରା ଘୋଷଣା କରାଯାଇଛି। ଏଥିପାଇଁ ୨,୦୦୦ ରୁ ଉର୍ଦ୍ଧ୍ୱ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନର୍ଲାରୋଡ ଷ୍ଟେସନରେ ସମବେତ ହେବେ ବୋଲି କମିଟି ସୂତ୍ରରୁ ଜଣାପଡିଛି। ଏନେଇ ଆଜି ନର୍ଲାରୋଡ ରେଳ ଷ୍ଟେସନ ପାଶ୍ୱର୍ରେ ସ୍ୱାଭିମାନ ମଞ୍ଚର ସଭାପତି ପ୍ରଦୀପ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ୱାଭିମାନ ମଞ୍ଚର ସମ୍ପାଦକ ଦୀପୁ ପାତ୍ର, ବରିଷ୍ଠ ସଦସ୍ୟ ଚୂଳମଣି ଗୌଡିଆ, ନର୍ଲା ସେବାକାରୀ କିନ୍ନର ସଂଘର ସବାପତି କାମିନୀ କିନ୍ନର, ଯୁବନେତା ସମୀର ଚାନ୍ଦ, ନନ୍ଦ କିଶୋର ଜେନା, ଦିଲୀପ ଗହୀର, କୁମୁଦ ଚନ୍ଦ୍ର ନାଏକ, ନିକୁଞ୍ଜ ଦତ୍ତା, ମୀନକେତନ ବିଶ୍ୱାଳ, ନାରୀ ନେତ୍ରୀ ପଙ୍କଜିନୀ ନାଏକ, ସର୍ଗିଗୁଡାର ପୂର୍ବତନ ସରପଞ୍ଚ ନରସିଂହ କୁମାର, ବରୁଣ ନାଏକ, ବରିଷ୍ଠ ସାମ୍ବାଦିକ ଅଭିରାମ ନନ୍ଦ ପ୍ରମୁଖ ମଞ୍ଚାସୀନ ରହି ଆନ୍ଦୋଳନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଠିକ ସକାଳ ୮ ଘଣ୍ଟା ସମୟରୁ ଆନ୍ଦୋଳନ ଆରମ୍ବ ହେବ ବିଲି ସଭାରେ ନିଷ୍ପତି ନିଆଯାଇଥିଲା। ଆଜି ନର୍ଲା ଓ ନର୍ଲାରୋଡର ସମସ୍ତ ଦୋକାନୀ ମାନଙ୍କୁ କମିଟି ସଦସ୍ୟ ମାନେ ୧୨ ଘଣ୍ଟିଆ ମାର୍କେଟ ବନ୍ଦ ନେଇ କହିବେ ବୋଲି ନିଷ୍ପତି ନିଆଯାଇଥିଲା। ଏବଂ ମାଇକ ଯୋଗେ ଘୋଷଣା କରିବା ପାଇଁ ସଭାପତି ନିଦ୍ଦେଶ ଦେଇଥିଲେ। ନର୍ଲାରୋଡ ଷ୍ଟସନ ପାଶ୍ୱର୍ରେ ସମସ୍ତ ଆନ୍ଦୋଲନ କାରୀ ମାନଙ୍କ ଖାଇବା ପାଇଁ ଭୋଜନର ବ୍ୟବସ୍ଥା ରହିବ ବୋଲି ଆଲୋଚନା ହୋଇଥିଲା। ରେଳରୋକ ଆନ୍ଦୋଲନ ସମ୍ପୂର୍ଣ୍ଣ ଭାବରେ ଶୃଙ୍ଖଳାର ସହିତ କରାଯିବ ଏଣୁ ମଦ୍ୟପାନ ବର୍ଜନ କରିବେ, ଶୃଙ୍ଖଲା ବଜାର ରଖିବା ପାଇଁ ସଭାପତି ଶ୍ରୀ ନାଏକ ସମସ୍ତଙ୍କୁ ଅନୁରୋଧ କରିଥିଲେ । ରେଳରୋକ କାର୍ଯ୍ୟକ୍ରମ ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ସେମାନେ ହିଁ ରେଳବାଇ ଉଚ୍ଚ କତ୍ତୃପକ୍ଷଙ୍କ ସହିତ ନର୍ଲାରୋଡ ଷ୍ଟସନରେ ରେଳ ରହଣି ବିଷୟରେ ଆଲୋଚନା କରିବେ। କମିଟିରେ ସ୍ୱାଭିମାନ ମଙ୍ଚର ସବାପତି ପ୍ରଦିପ କୁମାର ନାଏକ, ସମ୍ପାଦକ ଦୀପୁ ପାତ୍ର, କୁମୁଦ ନାଏକ, ନିକୁଞ୍ଜ ଦତ୍ତା, ଦିଲୀପ ଗହୀର, ମୀନକେତନ ବିଶ୍ୱାଳ, ଚୂଳମଣି ଗୌଡିଆ, ଲିଙ୍ଗରାଜ ମିଶ୍ର, ନନ୍ଦ ଜେନା, ସମୀର ଚାନ୍ଦ, ବିଜୟ ବୁଦ୍ଧିଆ, କାମିନୀ କିନ୍ନର, ପଙ୍କଜିନୀ ନାୟକ, ଗଙ୍ଗାଧର ବୁଦ୍ଧିଆ ପ୍ରମୁଖ ରହିଛନ୍ତି । ଦାବୀ ପତ୍ରରେ ସମତା ସୁପରଫାଷ୍ଟ ଏକ୍ସପ୍ରେସ, ତିରୁପତି-ବିଳାସପୁର ଏକ୍ସପ୍ରେସ ଭଳି ୭ ଗୋଟି ଏକ୍ସପ୍ରେସ ଟ୍ରେନ ସମେତ ନର୍ଲାରୋଡ ରେଳ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଲିଫ୍ଟ ର ବ୍ୟବସ୍ଥା, ପ୍ଲାଟଫର୍ମରେ କୋଚ ଡିସପ୍ଲେ ବୋର୍ଡ ପ୍ରଭୃତି ରହିଛି। ଆନ୍ଦୋଳକାରୀ ଙ୍କ ପାଇଁ ଜାତିୟ ପତାକା ଧରିବାର ବ୍ୟବସ୍ତା ରହିବ ବୋଲି ସ୍ଥିରିକୃତ ହୋଇଥିଲା । ଏହି ବ୍ୟବସ୍ଥା ବୈଠକରେ ନର୍ଲା ଓ ନର୍ଲାରୋଡ ଅଟୋଚାଳକ ସଂଘର ସଭାପତିଙ୍କ ସମେତ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ । ୧ ଜୁଲାଇ ରେଳରୋକ ଦିନ ମାଗଣା ରେ
ଆନ୍ଦୋଳନ କାରୀ ମାନଙ୍କୁ ନେବା ଆଣିବା କରିବା ପାଇଁ ଅଟୋ ଚାଳକ ସଂଘ ସହମତି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।





