ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଦେବଗିରି ମଠ ପରିଦର୍ଶନ କରିଛନ୍ତି ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଶୁଭ ଅବସରରେ ବିଡ଼ିଓ ଶ୍ରୀ ଦୀପ ବ୍ଲକ ଷ୍ଟାପଙ୍କ ସହ ମଧ୍ୟାହ୍ନ ସମୟରେ ବୁଢ଼ୀପଦର ସ୍ଥିତ ଦେବଗିରି ମଠରେ ପହଞ୍ଚି ଶ୍ରୀ ଶ୍ରୀ ଭଗବତ ସ୍ବାମୀ, ଦଧିବାମନଜୀଉ, କାଶି ବିଶ୍ୱନାଥ ମହାଦେବ, ମହାମାୟା ଚଣ୍ଡୀ, ଯୋଗିନୀ, ଶନିଦେବଙ୍କ ସମେତ ମଠର ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ, ପୂର୍ବତନ ଟ୍ରଷ୍ଟି ବିଜୟ ଧଙ୍ଗଡାମାଝୀ, ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ସୁରେନ୍ଦ୍ର ମାଝୀ, ବିଷ୍ଣୁ ଗଉଡ, ଭରତ ଧଙ୍ଗଡାମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ସେବାୟତ ତପିବର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଗୋପାଳ ସେବକ ଟିକେ ଗଉଡ, ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ସରିଆଁ ସରପଞ୍ଚ ଓମପ୍ରକାଶ ଛତ୍ରିଆ ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହ ମଠର ବିଭିନ୍ନ ବିଷୟକୁ ନେଇ ବିଡିଓ ଶ୍ରୀ ଦୀପ ଆଲୋଚନା କରିଥିଲେ। ଦେବଗିରି ମଠର ଉନ୍ନତିମୂଳକ କାର୍ଯ୍ୟ ଦେଖି ସେ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ମଠର ବିକାଶ ଦିଗରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।





