ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ବରିଷ୍ଠ ଗୁରୁଜୀ ଜୟରାମ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବ୍ରଜବିହାରର ବରିଷ୍ଠ ଗୁରୁଜୀ ଜୟରାମ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବ୍ରଜବିହାର ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ ମନୋଜ କୁମାର ମୁଣ୍ଡଙ୍କ ପରିଚାଳନାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଗୁରୁଜୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜୟରାମ ସାହୁଙ୍କ ୩୬ ବର୍ଷ ଏହି ଯାତ୍ରା ଆରମ୍ଭ ହୋଇଥିଲା ୧୯୯୦ ମସିହାରୁ। ସେ ଜଣେ ଦକ୍ଷ ସଂଗୀତଜ୍ଞ, ତବଲାବାଦକ, ହାରମୋନିୟମ ବାଦକ। ଶିକ୍ଷା ବିକାଶ ସମିତିର ପ୍ରାନ୍ତ ସଂଗୀତ ପ୍ରମୁଖ ଏବଂ ଆକାଶବାଣୀର ସ୍ୱକୃତିପ୍ରାପ୍ତ କଳାକାର। ପ୍ରଥମେ ଗୁରଜୀ ଭାବରେ ଯୋଗ ଦେଇଥିଲେ ଶ୍ରୀ ବୈରାଗୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଅସୁରାଳୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୂଆ ବଜାର ଭଦ୍ରକ, ଏବଂ ଶେଷରେ ବ୍ରଜବିହାରରେ ରହି ନିଜ କାର୍ଯ୍ୟକାଳ ସମ୍ପର୍ଣ୍ଣ କରିଥିଲେ। ଜୟ ଗୁରୁଜୀ ଜଣେ ମିଷ୍ଟ ଭାଷୀ ଓ ମିଳାପୀ ମଣିଷ ଏବଂ ନିଜ ସୁମଧୁର କଣ୍ଠ ରେ ସମସ୍ତଙ୍କୁ ବାନ୍ଧି ରଖିବାର କଳାରେ ସିଦ୍ଧହସ୍ତ। ସରକାରଙ୍କ ନିୟମ ଅନୁଯାୟୀ ଶିକ୍ଷାଦାନ କ୍ଷେତ୍ରରୁ ବିଦାୟ ନେବାକୁ ହେବ କିନ୍ତୁ ଶିକ୍ଷା ବିକାଶ ସମିତି ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସରସ୍ବତୀ ଶିଶୁ ବିଦ୍ୟମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ। ସ୍ନେହମମତାରେ କଟାଇଥିବା ଦୀର୍ଘ ଦିନର ସମ୍ପର୍କକୁ ରୋମନ୍ଥନ କରିଥିଲେ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ ମୁଣ୍ଡ। ଶେଷରେ ନିଜ ଅନୁଭୂତିକୁ ଜୟ ଗୁରୁଜୀ ଆଦ୍ରକଣ୍ଠରେ ଅଳ୍ପଅଳ୍ପରେ କହିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.