ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠରେ ମହାପ୍ରଭୂ ଦଧିବାମନ ଜୀଉଙ୍କ ସ୍ନାନଯାତ୍ରା ସଂପନ୍ନ ହୋଇଛି। ପ୍ରାତଃ ସମୟରୁ କବାଟଫିଟା ନିତି ପରଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଭିନ୍ନ ନିତି ପରମ୍ପରା ଅନୁକ୍ରମରେ ସଂପନ୍ନ ହେବାପରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ସ୍ନାନନିତି ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ସଂପନ୍ନ ହୋଇଥିଲା। ଦେବଗିରି ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଆୟୋଜିତ ସ୍ନାନ ପୂର୍ଣ୍ଣିମା ନିତିରେ ସେବାୟତ ତପିବର ଦାସ, ହରିହର ଦାସ, ବିଭିଷଣ ଦାସ, ରୋମାଞ୍ଚଳ ଦାସ, ରାମଚନ୍ଦ୍ର ଦାସ, ପୂଜକ ସନ୍ତୋଷ ପାଢ଼ୀ, ଗୋପାଳ ସେବକ ଟିକେ ଗଉଡ, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଭରତ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଧି ମାଝୀ ଓ କାନ୍ତ ମାଝୀ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ସୁଧୀର ଧଙ୍ଗଡାମାଝୀ, ବଳଭଦ୍ର ହରିଜନ, ଧନେ ହେର୍ଣ୍ଣା, ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ। ଏହି ଅବସରରେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ବ୍ଲକ ଷ୍ଟାପଙ୍କ ସହ ଯୋଗ ଦେଇଥିଲେ। ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଳକ୍ଷେ ମଠରେ ଭକ୍ତମାନଙ୍କ ପ୍ରବଳ ଗହଳି ପରିଳକ୍ଷିତ ହୋଇଥିଲା।





