ଏଫ.ଏମ ବିଶ୍ବବିଦ୍ୟାଳୟର ପରିବେଶକୁ ବୃକ୍ଷର ଉପହାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ସହଯୋଗରେ ୟୁ.କୋ ବ୍ୟାଙ୍କର ୮୨ତମ ଫାଉଣ୍ଡେସନ ଦିବସ ଅବସରରେ ବିଶ୍ବବିଦ୍ୟାଳୟ ପରିସର ମଧ୍ଯରେ ଏକ ଫଳବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିକଟସ୍ଥ ଫଳବଗିଚାରେ ପଚାଶ ଗୋଟି ପଣସ ଓ ଲିଚୁଫଳ ଗଛ ଲଗାଯାଇଛି। ଉକ୍ତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକଙ୍କ ସହ ୟୁକୋ ବ୍ଯାଙ୍କର ବାଲେଶ୍ବର ଜୋନାଲ ମୁଖ୍ଯ ସୁଦୀପ ଡାକୁଆ, ଡେପୁଟୀ ଜୋନାଲ ମୁଖ୍ଯ ନିଶିକାନ୍ତ ସିଂ, ମୁଖ୍ୟ ପରିଚାଳକ ପ୍ରଦୀପ କୁମାର, ନୂଆପାଢୀ ଶାଖା ପରିଚାଳକ ସାବିତ୍ରୀ ଚକ୍ର ଓ ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କ ଉପସ୍ଥିତ ହୋଇ ଫଳଚାରା ରୋପଣ କରିଥିଲେ।

ନିକଟ ଅତୀତରେ ବିଶ୍ବବିଦ୍ୟାଳୟରେ ପ୍ରାୟ ୪୦୦ରୁ ଉର୍ଦ୍ଧ୍ବ ଫଳଚାରା ରୋପଣ ହୋଇଥିଲା । ପରିବେଶ ସୁରକ୍ଷା ଓ ସଂରକ୍ଷଣ ସମସ୍ତଙ୍କର ଏକ ମୂଳ ଦାୟିତ୍ବ ହେବା ସହ ବୃକ୍ଷ ଗୁଡିକର ଯତ୍ନ ନେବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ଏନଏସଏସ ବିଭାଗର ମୁଖ୍ଯ ସଂଯୋଜକ ଡକ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ କାର୍ଯ୍ୟକ୍ରମକୁ ସଂପାଦିତ କରିଥିବା ବେଳେ ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ସହିତ ଅନେକ ଛାତ୍ରଛାତ୍ରୀ ମଧ୍ଯ ବୃକ୍ଷରୋପଣରେ ଉପସ୍ଥିତ ହୋଇ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.