ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ପ୍ରକଳ୍ପ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବଣଭୋଜୀ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀର ୯୬ ଜଣ ଛାତ୍ର ଛାତ୍ରୀ ଉକ୍ତ ବଣଭୋଜିରେ ସାମିଲ ହୋଇ ସ୍ଥାନୀୟ ଛାପର୍ ଜଙ୍ଗଲ ପାଖକୁ ଯାଇଥିଲେ। ସେଠାରେ ଛାତ୍ର ଛାତ୍ରୀ ମାନେ ଆନନ୍ଦ ଉଲ୍ଲାସ ର ସହ ଗୀତନୃତ୍ୟ କରି ମଜା ଉଠାଇ ଥିଲେ। ଛାତ୍ରଛାତ୍ରୀମାନେ ସବୁ ସମୟରେ ପାଠ ପଢିବା ବୋଝ ହେଉଛି ତେଣୁ ତାଙ୍କ ମନକୁ ଉଲ୍ଲସିତ କରିବା ପାଇଁ ଏମିତି ଏକ କାର୍ଯ୍ୟକ୍ରମ କରାଯାଇଛି ବୋଲି ପ୍ରଧାନ ଶିକ୍ଷକ ମତ ରଖିଥିଲେ। ଉକ୍ତ ବଣଭୋଜି ରେ ଶିକ୍ଷକ ଦୀପକ ଅଟ, ତ୍ରିଲୋଚନ ଧଳ, ଶିକ୍ଷୟତ୍ରି ମଲ୍ଲିକା ନାଏକ ସହଯୋଗ କରିଥିବା ବେଳେ ଅବିଭାବକ ଶେଷଦେବ ବାଗ, ଚନ୍ଦ୍ର ଶେଖର ମାଝୀ, ରବୀନ୍ଦ୍ର ରାଉତ, ମଦନ ପାନ, ପ୍ରଫୁଲ୍ଲ ଚିନ୍ଦା ପ୍ରମୁଖ ଉପସ୍ଥିତ ରହିଥିଲେ।