ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଗାଁ ଠାରେ ବିଦ୍ୟାଳୟ ସ୍ଥରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅନିତା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଳାପ୍ରେମୀ ପ୍ରଭାସ ମିଶ୍ର, ସମ୍ମାନିତ ଅତିଥି ଭାବରେ ରିଷିଗାଁ ସିଆରସିସି ବୈକୁଣ୍ଠ ବେମାଲ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ନିର୍ମଳା ନାଏକ, ସୁଭାଷିନୀ ପାଣିଗ୍ରାହୀ ପ୍ରମୁଖ ମଞ୍ଚସିନ ଥିଲେ। ତିନି ଦିନ ଧରି ଚାଲିଥିବା ଏହି ସୃଜନଶୀଳତାର ଉତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ସୃଜନଶୀଳତା ବିଷୟ ଯଥା-ଜିଜ୍ଞାସା କ୍ଲବ, ସାହିତ୍ୟ ସୃଜନୀ କ୍ଲବ, କୌଶଳୀ କ୍ଲବ, କ୍ରୀଡ଼ାଙ୍ଗନ କ୍ଲବ ଆଦି ବିଭିନ୍ନ ଦଳରେ ଛାତ୍ରଛାତ୍ରୀମାନେ ନିଜ ନିଜ କଳା ନିପୁଣ୍ୟତାର ପରିଚୟ ସୃଷ୍ଟି କରିବାର ଅଭିନବ ସାମର୍ଥ୍ୟ ଦେଖାଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କ କଳାକୃତି ମଧ୍ୟରେ କବିତା ଲିଖନ, ପ୍ରବନ୍ଧ ଲିଖନ, କୁଇଜ଼, ବିତର୍କ, ଓଡ଼ିଆ ଲୋକନୃତ୍ୟ, ସଂଗୀତ, ନାଟକ ପରିବେଷଣ ମୁଖ୍ୟ ଆକର୍ଷଣର ବିଷୟ ଥିଲା। ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇ ପାରିଛି। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଶେଷରେ ଶିକ୍ଷକ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।