କୁଟୃଖମାରରେ ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ନିଲେଶ କୁମାର ନାଗ): ସଦର ବ୍ଲକ ଅନ୍ତର୍ଗତ କୁଟୃଖମାର ପଞ୍ଚାୟତ ସ୍ବାମୀ ବିବେକା ନନ୍ଦଉଚ୍ଚ ବିଦ୍ୟାପୀଠ ୫ଟି ପ୍ରାଣଙ୍ଗରେ ଆମ ଓଡ଼ିଶା ନବୀନ ଓଡ଼ିଶା କୁଟୃଖମାର ପଞ୍ଚାୟତସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ ହୋଇଯାଛି। ଏହି ସଚେତନତା ଶିବିରରେ ମୂଖ୍ୟ ଅତିଥି ଭାବେ ଆମ ଓଡ଼ିଶା, ନବୀନ ଓଡ଼ିଶାର ଉପଖଣ୍ଡ ସଂଯୋଜକ ବଦ୍ରୀ ନାରାୟଣ ପଟ୍ଟନାୟକ, ସମ୍ମାନୀତ ଅତିଥି ସ୍ଥାନୀୟ ସରପଞ୍ଚ ଛଳନା ଚଣ୍ଡୀ, ଜିଲ୍ଲା ପରିଷଦ ସଭ୍ୟା ପୁଷ୍ପଲତା ନାଏକ, ସ୍ଥାନୀୟ ସମିତି ସଭ୍ୟ ଜଗ ମୋହନ ମାଝୀ, ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ପାର୍ଥିବ ଖଡିକାର, ବିଜେଡି କର୍ମୀ ଦୃଭ ସିଂ, ବିଜେଡି ଯୁବ କର୍ମୀ ମହନ ଗହିର ପ୍ରମୁଖ ମଞ୍ଚାସିନ ହୋଇ ରାଜ୍ୟ ସରକାରଙ୍କ ଯୋଜନା ମାନଙ୍କ ବିଷୟରେ ଜନ ସାଧାରଣଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ କରୁଣା ଚଣ୍ଡି ପରିଚାଳନା କରିଥିଲେ। ଏହି ମଞ୍ଚରେ କଳାହାଣ୍ଡି ବିର ବାଦ୍ୟ ଘୁମୁରା ସହ କୁଟୃଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟାପୀଠ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଡାଳଖାଇ,  ରସରକେଲି ନାଚ ଗୀତ କଳା ପ୍ରଦର୍ଶନ କରିଥିବା ବେଳେ ସରକାର କରି ଥିବା ଯୋଜନାର ବିଭିନ୍ନ ଷ୍ଟଲ୍ ମଧ୍ୟ ଲାଗିଥିଲା। ଉକ୍ତ କାର୍ଯ୍ୟକ୍ରମକୁ ୱାର୍ଡ ସଭ୍ୟ/ସଭ୍ୟା, ପଞ୍ଚାୟତ କର୍ତ୍ତପକ୍ଷ ଓ ସଙ୍ଗ ସହାୟକ ଗୋଷ୍ଠୀ, ଅଗନୱାଡ଼ି କର୍ମୀ, ଆଶା କର୍ମୀ ସହଯୋଗ କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଜନ ସାଧାରଣ ହଜାରେରୁ ଉର୍ଦ୍ଧ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.