ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ୫-ଟି ଅଧକ୍ଷ ଭିକେ ପାଣ୍ଡିଆନ

ନେସନାଲ କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଏବଂ ବିନପୁରରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଲେ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରାହୁଲ ବାଗ): ଶୁକ୍ରବାର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ 5 ଟି ଅଧକ୍ଷ ତଥା ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଭି କେ ପାଣ୍ଡିଆନ ଆସିଥିଲେ | ତେବେ ନୂଆପଡା ଜିଲ୍ଲା ସଦର ସିଲଦା ସ୍ଥିତ ନେସନାଲ କଲେଜରେ ନୂଆ – ଓ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ 5 ଟି ଅଧକ୍ଷ ନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତରେ ଆସି ପହଁଞ୍ଚଥିଲେ | ଏ ନେଇ ନୂଆପଡା ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଥିଲା | ତେବେ ଭୁବନେଶ୍ୱର ବିମାନ ବନ୍ଦରରୁ ଶ୍ରୀ ପାଣ୍ଡିଆନ ବାହାରି ନୂଆପଡା ସଦର ଗୋତମା ସ୍ଥିତ ଏୟାର ଷ୍ଟିଭରେ ଓଲ୍ହାଇଥିଲେ | ସେଠାରେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲପାଳ ହେମକାନ୍ତ ସୟ, ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ଏବଂ ବିଜେଡି ଦଳୀୟ କର୍ମୀ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ | ପ୍ରଥମେ ନେସନାଲ କାଲେଜ ଠାରେ ନୂଆ – ଓ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ଶ୍ରୀ ପାଣ୍ଡିଆନ | ସେଠାରେ ଓଡିଶାର ଲୋକପ୍ରିୟ ଜନନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନୂଆ – ଓ କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଉପସ୍ଥିତ ନୂଆପଡା ଜିଲ୍ଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ | ନିଜର ଅଭିବାଦନରେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ମନିଷ ହେବା ପାଇଁ 6 ଟି ଉପଯୋଗୀ ପ୍ରଶ୍ନ କରି ଉଚିତ ମାର୍ଗଦର୍ଶନ କରିଥିଲେ | ଜୀବନରେ ସଫଳ ହେବା ପାଇଁ ଇଛାଶକ୍ତି, ସୁସ୍ଥ ସ୍ବାସ୍ୟ ପାଇଁ 15 ମିନିଟ ଶାରୀରିକ ବ୍ୟାୟାମ, ମସ୍ତିଷ୍କ ସୁପରିଚାଳନ କରିବା ପାଇଁ 15 ମିନିଟ ଧ୍ୟାନ କରିବା, 24 ଘଣ୍ଟା ମଧ୍ୟରୁ 14 ଘଣ୍ଟା ନିଜର ଭବିଷ୍ୟତ ପାଇଁ କଠିଣ ପରିଶ୍ରମ କରିବା, 1 ଘଣ୍ଟାରୁ କମ ମୋବାଇଲ ଫୋନ କିମ୍ବା ସୋସିଆଲ ମିଡ଼ିଆରୁ ଦୂରରେ ରହିବା ପାଇଁ ଚେଷ୍ଟା କରିବା ଭଲି ଉପଯୋଗୀ ମାର୍ଗଦର୍ଶନ ଦେଇ ଶ୍ରୀ ପାଣ୍ଡିଆନ ଛାତ୍ରଛାତ୍ରୀଙ୍କୁ ଜୀବନରେ ଭଲ ମଣିଷ ହେବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ | ଛାତ୍ରଛାତ୍ରୀଙ୍କ ସହିତ ହାତ ମିଶାଇ ଓ ସେଲ୍ଫି ନେଇ ଶ୍ରୀ ପାଣ୍ଡିଆନ ନେସନାଲ କଲେଜରୁ ବିଦାୟ ନେଇ ଆକାଶମାର୍ଗରେ ଯାଇ ବୋଡେ଼ନ ବ୍ଲକ ବିନପୁର ଖେଳ ପଡିଆ ଠାରେ ଓଲ୍ହାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ | ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ବିନପୁର ଖେଳ ପଡିଆ ଠାରେ ଉପସ୍ଥିତ ଜନସମୁଦ୍ରକୁ ଶ୍ରୀ ପାଣ୍ଡିଆନ ସେଠାରେ ଅଭିଭାଷଣ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ନୂଆପଡା ପର୍ଯ୍ୟବେକ୍ଷକ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ, ନୂଆପଡା ଜିଲ୍ଲା ସଭାପତି ମନୋଜ ମିଶ୍ର, ନୂଆପଡା ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ଜିଲ୍ଲା ପରିଷଦ ଅଧକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ସଭ୍ୟ ଅବନୀ ଯୋଶୀ, ଭାନୁ ପ୍ରତାପ ସିଂ ମାଝୀ, ମାଲ୍ୟବନ୍ତ ସୁନା, ସୋନିଆ ଶବର, ସ୍ମୁତି ସିଂ ମାଝୀ, ପୁଷ୍ପାଞ୍ଜଳି ଗୁଆଲ, ଜଗ୍ୟାସିନୀ କଟା, ଯୁବ ବିଜେଡି ସଭାପତି ହରିଶ ଚନ୍ଦ୍ର ପଣ୍ଡା, ନୂଆପଡା ଏନ. ଏ. ସି ଅଧକ୍ଷ ମହମ୍ମଦ ଆଦମ, ବିଜେଡି ଜିଲ୍ଲା ସାଧରଣ ସମ୍ପାଦକ କାଳିଆ ପ୍ରଧାନ, କାର୍ତ୍ତିକ ଦୀପ, ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ରବି ବାଗ, ବୋଡେ଼ନ ବ୍ଲକ ବିଜେଡି ସଭାପତି ଲୋକନାଥ ଛାତ୍ରିଆ, ଜିଲ୍ଲା ସଭାନେତ୍ରୀ ସରସ୍ବତୀ ବାଗ, ଡବ୍ଲୁ. ଓ. ଡି. ସି ଏକ୍ସପର୍ଟ ମେମ୍ବର ମନ୍ଦାକିନୀ ବଘେଲ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଶ୍ରୀ ପାଣ୍ଡିଆନ ଏହି ସମାରୋହରେ ଖଡ଼ିଆଳ ବିଧାନସଭା ଆସନକୁ ଗୁରୁତ୍ୱସହ ନେଇ ନିର୍ବାଚନୀ ମଇଦାନ ରେ ଓଲ୍ହାଇବ, ସାଧାରଣ ଜନତାଙ୍କ ତରଫରୁ 3 ମାସ ପୂର୍ବେ ଗ୍ରସ୍ତ ସମୟରେ ଯେଉଁସବୁ ଲିଖିତ ଆବେଦନ ହସ୍ତଗତ ହୋଇଥିଲା ତାହା ମାନ୍ୟବର ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି ଓ ଆଗକୁ ଆହୁରି ଉର୍ଣ୍ଣୟନ ମୂଳକ କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ | ଏହା ସହିତ ସମସ୍ତ କର୍ମୀଙ୍କୁ ଏକଜୁଟ ହୋଇ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କର ହଟାମୁଠାକୁ ଟାଣ କରିବା ପାଇଁ ଅଭାନ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.