ନୂତନ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ତାରା ତାରିଣୀ ଦର୍ଶନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଭାବେ ଦାୟିତ୍ୱ ନେବାପରେ  ରଞ୍ଜନ କୁମାର ଦାଶ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପିଠ ମା ତାରାତାରିଣୀଙ୍କ ମନ୍ଦିରକୁ ଯାଇଥିଲେ। ସେଠାରେ ପୁରୁଷୋତ୍ତମପୁର ତହସିଲଦାର ଲୋପା ମୁଦ୍ରା ରଥ, ମନ୍ଦିର ପରିଚାଳନା କର୍ମକର୍ତ୍ତାଙ୍କ ସହ ସଦସ୍ୟ ପ୍ରମୋଦ ପଣ୍ଡା ଏବଂ ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସହ ଅନ୍ୟ ସେବାୟତ ମାନେ ତାଙ୍କୁ ଉପଢୌକନଓ ପୁଷ୍ପ ଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବା ସହିତ, ତାଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।‌ ମନ୍ଦିରରେ ପୂଜାର୍ଚନା ସହିତ ମାଙ୍କୁ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିଥିଲେ ଶ୍ରୀ ଦାଶ। ଏହା ପରେ ବେଢ଼ା ପରିକ୍ରମା କରି  ଚାଲିଥିବା ମନ୍ଦିରର ରୂପାନ୍ତିକରଣ ଏବଂ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ। ଏହି ଅବସରରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେଶ ଚନ୍ଦ୍ର ମିଶ୍ରଙ୍କ ସହ କଥା ବାର୍ତ୍ତା କରି ଋଷିକୁଲ୍ୟା ନଦୀପଠାରେ ସରକାରଙ୍କ ତରଫରୁ ଜମି ଅଧିଗ୍ରହଣ ହୋଇ ଥିବା ସ୍ଥାନର ସୌନ୍ଦର୍ଯ୍ୟ କରଣ ଓ ବିଭିର୍ଣ୍ଣ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଠାରୁ ସେ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.