ତୁଣ୍ଡଲା ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ କଲେ ଡବ୍ଲୁଓଡ଼ିସି ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲା ଭଲିବଲ ଆସୋସିଏସନ୍ ତରଫରୁ ଆୟୋଜିତ ୨୮ତମ ଏକ ଦିବସୀୟ ଦିବା-ରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଯୁବ ନେତା ଅବିନାଶ ଠାକୁର ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେଡ଼ିର ସାଙ୍ଗଠନିକ କାର୍ଯ୍ୟରେ ଗାଁ ଗାଁ ବୁଲି ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସନ୍ଦେଶ ଦେବା, ରାଜ୍ୟ ସରକାରଙ୍କର ବିକାଶ ମୂଳକ କାର୍ଯ୍ଯ ଓ ଜନ କଲ୍ୟାଣ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ଭଳି କାର୍ଯ୍ଯ ପ୍ରତ୍ୟହ କରିଆସୁଥିବା ଯୁବ ନେତା ଅବିନାଶ ଠାକୁର ଯୁବ ପିଢ଼ିଙ୍କୁ ସଙ୍ଗଠିତ କରିବାର ପ୍ରୟାସ ଜାରି ରଖିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.