ମୁଣ୍ଡ ପରାଶର ପରିବାରର ମହାସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସମ୍ପର୍କ, ସଂଗଠନ ଓ ସମ୍ପୃକ୍ତି ଏକ ସମାଜ ତଥା ରାଷ୍ଟ୍ରର ସଂସ୍କୃତିକୁ ବିଶ୍ୱମୁହାଁ କରିଥାଏ | ବସୁଧୈବ କୁଟୁମ୍ବକମ୍ ନ୍ୟାୟରେ କାର୍ଯ୍ୟକଲେ ସଫଳତା ମିଳେ ବୋଲି ରିଷିଗାଁଠାରେ ଆୟୋଜିତ ମୁଣ୍ଡ ପରାଶର ପରିବାର ତରଫରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହାସମାବେଶ ଅବସରରେ ଅତିଥିଗଣ ଏଭଳି ମତପ୍ରକାଶ କରିଥିଲେ। ଡ. ଅଶୋକ କୁମାର ମୁଣ୍ଡଙ୍କ ଅଧ୍ୟକ୍ଷତାରେ ସୁରେଶ ଚନ୍ଦ୍ର ମୁଣ୍ଡ, ଜଗଦୀଶ୍ଵର ମୁଣ୍ଡ, ସନତ କୁମାର ମୁଣ୍ଡ, ଭାରତ ଭୂଷଣ ମୁଣ୍ଡ, ମଳୟ କୁମାର ମୁଣ୍ଡ ଓ ଜଗନ୍ନାଥ ମୁଣ୍ଡ ମଂଚାସୀନ ହୋଇ ‘ଦେଶ, ଜାତି ଓ ସମାଜ ପାଇଁ ସଂଗଠନର ଭୂମିକା’ ଉପରେ ଆଲୋଚନା କରିଥିଲେ |ପ୍ରାରମ୍ଭରେ ମହର୍ଷି ପରାଶର ଓ ମା ମାଣିକେଶ୍ବରୀଙ୍କଠାରେ ପୂଜାର୍ଚନା ସହ ଦିବଂଗତ ଆତ୍ମାଙ୍କ ସଦଗତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା | ହରିଶ୍ଚନ୍ଦ୍ର ମୁଣ୍ଡଙ୍କ ପରିଚାଳନା ଓ ପ୍ରତାପଚନ୍ଦ୍ର ମୁଣ୍ଡଙ୍କ ଗୀତକୁ ପରାଶର ପରିବାରର ଶିଳ୍ପୀଗଣ ପ୍ରାରମ୍ଭିକ ଗୀତ ଭାବେ ପରିବେଷଣ କରିଥିଲେ। କଳାହାଣ୍ଡି ଜିଲ୍ଲା ସମ୍ପାଦକ ସୁରେଶ ଚନ୍ଦ୍ର ମୁଣ୍ଡ ସମ୍ପାଦକୀୟ ଓ ଅର୍ଥ କମିଟି ମୁଖ୍ୟ ଦୀନବନ୍ଧୁ ମୁଣ୍ଡ ବାର୍ଷିକ ଆୟବ୍ୟୟ ଉପସ୍ଥାପନା କରିଥିଲେ। ପରିବାରର ୮୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଗୁରୁଜନ ଓ ସାଙ୍ଗଠନିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ହେମନ୍ତ କୁମାର ମୁଣ୍ଡ ମଞ୍ଚ ପରିଚାଳନା କରିଥିବାବେଳେ ହରିଶ୍ଚନ୍ଦ୍ର ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଜିତେନ୍ଦ୍ର କୁମାର ମୁଣ୍ଡ, ସୁଢଳଦେବ ମୁଣ୍ଡ, ସୁଧୀର ମୁଣ୍ଡ ପ୍ରମୁଖ ସହଯୋଗ କରିଥିଲେ। ମୁଣ୍ଡ ପରାଶର ପରିବାରର କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୁଣ୍ଡ ପରାଶର ବଂଶାବଳୀ ପ୍ରସ୍ତୁତ ତଥା ସାଂଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ସଦସ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା l ଏଥିରେ ପଡୋଶୀ ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ ଓ ସୋନପୁର ଜିଲ୍ଲାରୁ ୧୦୦୦ ପରିବାରର ସଦସ୍ୟ ଅଂଶଗ୍ରହଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.