ସୁବିକାଶ ଇଂଲିଶ ମିଡିୟମ ସ୍କୁଲର ସପ୍ତମ ବାର୍ଷିକ ଓ ସାଂସ୍କୃତିକ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କସ୍ତୁରୀ ନଗର ପ୍ରଥମ ଲାଇନରେ ଥିବା ସୁବିକାଶ ଇଂଲିଶ ମିଡିୟମ ସ୍କୁଲର ସପ୍ତମ ବାର୍ଷିକ ଓ ସାଂସ୍କୃତିକ ଉତ୍ସବ ରବିବାର ସନ୍ଧ୍ୟାରେ ସ୍କୁଲ ସମ୍ମୁଖ ପଡିଆରେ ମହା ଆଡମ୍ବରରେ ପାଳିତ ହୋଇ ଯାଇଛି | ସୁବିକାଶ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକା ଶ୍ରୀମତୀ ପାର୍ବତୀ ଗୁପ୍ତାଙ୍କ ପୌରାହିତ୍ୟ ଏବଂ ସ୍କୁଲ ଅଧ୍ୟକ୍ଷ ତଥା ଟ୍ରଷ୍ଟ ସମ୍ପାଦକ ଶିବ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ପଦ୍ମନାଭ ଦାସ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ରାୟଗଡା ସହରରେ ବିଭିନ୍ନ ଇଂଲିଶ ମିଡିୟମ ସ୍କୁଲ ଅବସ୍ଥାପିତ ହୋଇଥିବା ବେଳେ ସୁଵିକାଶରେ ପିଲାଙ୍କ ପାଠପଢା, ବୌଦ୍ଧିକ ବିକାଶ,ଶାରୀରିକ ବିକାଶ କ୍ଷେତ୍ରରେ ଏହା ଅନୁନ୍ୟ ବୋଲି ନିଜ ନିଜ ବକ୍ତ୍ୟବରେ ପ୍ରକାଶ କରିଥିଲେ | ସୁଵିକାଶ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକା ଶ୍ରୀମତୀ ପାର୍ବତୀ ଗୁପ୍ତା ସୁବିକାଶ ଇଂଲିଶ ମିଡିୟମ ସ୍କୁଲରେ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ଦିଗରେ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସବୁବେଳେ ଉଦ୍ୟମ କରାଯାଉଛି ବୋଲି କହିଥିଲେ | ଏହି ଅବସରରେ ସ୍କୁଲରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଏବଂ ସ୍କୁଲର ଶ୍ରେଷ୍ଠ ଶିକ୍ଷୟତ୍ରୀ ଭାବେ ମନୋନୀତ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା | ବିଦ୍ୟାଳୟର ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ଶିକ୍ଷୟିତ୍ରୀ ପି.ପାବଣି ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ରୁବିନା ବେଗମ, ମଧୁସ୍ମିତା, ରଶ୍ମିତା, କୁମାରୀ ବଚାଙ୍କ ସମେତ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଅନ୍ୟ ସଭ୍ୟସଭ୍ୟାମାନେ ଯୋଗାଯୋଗ ଦେଇଥିବା ବେଳେ ଅଭିଭାବକମାନେ ମଧ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.