ସଇଁତଲା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ଗଠିତ 

ନାରାୟଣ ସାହୁ ସଭାପତି, ସମ୍ପାଦକ ବିଶାଳ ଅଗ୍ରୱାଲ, ପ୍ରମୋଦ ସେଲମା ମୁଖ୍ୟ ପରାମର୍ଶଦାତା ମନୋନୀତ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ସଇଁତଲା ବ୍ଲକ ସ୍ଥିତ ବିବେକାନନ୍ଦ ପାଠାଗାର ପରିସରରେ ଓଜେୟୁ ବଲାଙ୍ଗୀର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିର୍ବାଚନ ଅଧିକାରୀ ଭାବରେ ଟିଟିଲାଗଡ଼ ସମ୍ବାଦ ପ୍ରତିନିଧି ମନୋଜ କୁମାର ଶତପଥି, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ସଭାପତି ତଥା ନନ୍ଧିଘୋଷ ଟିଭି ପ୍ରତିନିଧି ରଶ୍ମି ରଞ୍ଜନ ପୁଟେଲ ଯୋଗଦାନ କରି ସାମ୍ବାଦିକ ସଂଘ ଗଠନ ପ୍ରକ୍ରିୟା ଓ ନିୟମାବଳୀ ଉପରେ ଆଲୋକପାତ କରିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ନାରାୟଣ ସାହୁଙ୍କୁ ସଇଁତଲା ବ୍ଲକ କାର୍ଯ୍ୟରତ ସାମ୍ବାଦିକ ସଂଘ ସଭାପତି ଭାବରେ ମନୋନୀତ କରାଯାଇଥିଲା। ଏଥିରେ ଉପସଭାପତି ପ୍ରଦୀପ ବାଗ, ସାଧାରଣ ସମ୍ପାଦକ ବିଶାଳ କୁମାର ଅଗ୍ରୱାଲ, ସହ ସମ୍ପାଦକ ଭଗବାନ ରାଜପଲିଆ, କୋଷାଧ୍ୟକ୍ଷ ଅଜିତ କୁମାର ସାହୁ ଓ ସଂଘ ମୁଖ୍ୟ ପରାମର୍ଶଦାତା ଭାବେ ପ୍ରମୋଦ କୁମାର ସେଲମା ମନୋନୀତ ହୋଇଛନ୍ତି। ସେହିପରି ଉପଦେଷ୍ଟା କମିଟିରେ ଜୁଲୁ ମହାପାତ୍ର, ରମାକାନ୍ତ ରାଜପଲିଆ, ଅଶୋକ ତ୍ରିପାଠୀ, ଆଇନ ପରାମର୍ଶ ଦାତା ଭାବରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ ଓ ଆଇନଜୀବି ସୁବୋଧ କୁମାର ମିଶ୍ରଙ୍କୁ ମନୋନୀତ କରାଯାଇଥିଲା। ଏହା ସହିତ ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରିବା, ସଇଁତଲା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ଲୋକଲୋଚନଜୁ ଆଣିବା ପାଇଁ ସାମ୍ବାଦିକ ସଂଘ ପ୍ରୟାସ ଜାରି ରଖିବ ବୋଲି ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ପରେ ସଂଘର ନୂତନ କର୍ମକର୍ତ୍ତାମାନଙ୍କୁ ଶପଥ ପାଠ କରାଯାଇଥିଲା। ଏଥିରେ ସାମ୍ବାଦିକ ରୁଦ୍ରଧର ଦଣ୍ଡସେନା, ରଞ୍ଜନ ବାଗ, ସୁଶାନ୍ତ ମେହେର, ଲକ୍ଷ୍ମୀଧର ସାହୁ, ରାମ ନାରାୟଣ ବାଗ , ଖୁସିରାମ ଯାନୀ, ଚନ୍ଦ୍ରଭାନୁ ପ୍ରଧାନ, ଚୌଧୁରୀ ସାହୁ, ଅଶ୍ୱିନୀ ସାହୁ, ପୃଥ୍ୱୀରାଜ ବକୁଳ, ଗୋପୀନାଥ ବାଗ, ଅନି ରାଓ ପ୍ରମୁଖ ସଂଘ ସଦସ୍ୟ ଭାବେ ସାମିଲ ହୋଇଥିଲେ। ଏହି ପରିପେକ୍ଷୀରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ସଂଘ ସଭାପତି ଗୀତାଞ୍ଜଳି ପଣ୍ଡା, ସରପଞ୍ଚ ସୁବ୍ରତ ନାଗ, ସମାଜସେଵୀ ମଦନଲାଲ ଅଗ୍ରୱାଲ, କନ୍ଧ ସମାଜର ଜିଲ୍ଲା ସଭାପତି ବିରଞ୍ଚି ଭୋଇ ପ୍ରମୁଖ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.