ପାତ୍ରବସା ଗ୍ରାମରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): ଆଗକୁ ଆସୁଛି ସଧାରଣ ନିର୍ବାଚନ। ତେଣୁ ପ୍ରତ୍ୟେକ ଦଳ ନିଜନିଜ ରଣ କୌଶଳ ଆପଣାଇ ଥିବା ବେଳେ ବିଜୁ ଜନତା ଦଳ ପକ୍ଷରୁ କିଭଳି ଆଗକୁ ଦଳ ସହିତ ଜନ ସମ୍ପର୍କ ସୁଦୃଢ଼ ରହିବ ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଘର ଘର ବୁଲି ଲୋକଙ୍କ ସହ ମିଶି ପ୍ରତ୍ୟେକ ଘରେ ଶଙ୍ଖଚିହ୍ନ କାନ୍ଥରେ ଲଗାଉଛନ୍ତି ବିଜେଡି କର୍ମୀ। ଏହି ପରିପ୍ରେକ୍ଷୀରେ ଆଜି ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପାତ୍ରବସା ଗ୍ରାମରେ କଲମପୁର ବ୍ଲକ ବିଜେଡି ସଭାପତି ଅଭିମନ୍ୟୁ ବାଗଙ୍କ ନେତୃତ୍ବରେ ଗ୍ରାମର ଘରଘର ବୁଲି ଲୋକଙ୍କ ସହ ମିଶିବା ସହିତ ପ୍ରତ୍ୟେକ ଘର କାନ୍ଥରେ ଶଙ୍ଖଚିହ୍ନ ଲଗାଇଥିଲେ। ଏହି ଘରେଘରେ ଶଙ୍ଖ କାର୍ଯ୍ୟକ୍ରମରେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସଭାପତି ଶୁଭ୍ରକେଶୀ ରାଉତ, ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବିଜେଡି ବ୍ଲକ ମହିଳା ସଭାନେତ୍ରୀ ମଧୁଛନ୍ଦା ଭଞ୍ଜ, ପଞ୍ଚାୟତ ମହିଳା ସେଲ ସଭାନେତ୍ରୀ ଯମୁନା ଶବର, ଜୋନ ୨ ଜିଲ୍ଲା ପରିଷଦ ପ୍ରତିନିଧି ନରସିଂ ମାଝୀ, ବିଜୟ ପ୍ରଧାନୀ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସମେତ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ଅନେକ ମହିଳା ଓ ପୁରୁଷ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.