ସଇଁତଲାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ କୁମାର ସେଲମା): ଦୀର୍ଘ ୩୦ ବର୍ଷ ପରେ ସଇଁତଲା ଅଞ୍ଚଳକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବା ପରିପେକ୍ଷୀରେ ସଇଁତଲା ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରାଯାଇଥିଲା l ବିଜେଡି ଜିଲ୍ଲା ଉପ ସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ଆଇନଜୀବି ସତ୍ୟନାରାୟଣ ସାହୁ, ପୂର୍ଵତନ ସରପଞ୍ଚ ଭୀମସେନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ବିଳନୀରେ ଖୁସି ପ୍ରକଟ କରିଛନ୍ତି । ଏନଏସି ଘୋଷିତ ହେବାପରେ ଦୀର୍ଘ ୩୦ ବର୍ଷ ପରେ ସଇଁତଲାବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି l ପ୍ରକାଶ ଯେ, ଏହି ବିଜ୍ଞାପିତ ଅଞ୍ଚଳ ପାଇଁ ୧୯୯୨ ମସିହାରେ ପୂର୍ବତନ ବିଧାୟକ ଯଜ୍ଞଶ୍ୱର ବାବୁଙ୍କ ସମୟରେ ଦାବୀ ହୋଇ ଆସୁଥିଲା l ଏହା ସହିତ ୨୦୧୩ ମସିହାରେ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସଇଁତଲା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ l ପରେ ସହରର ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ ସହ ଧାରଣା ଜାରି ରଖିଥିଲେ l ଏହାପରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଓ ସଇଁତଲା ବ୍ଲକ ଗ୍ରସ୍ତରେ ଆସିଥିବା ବେଳେ ଅଞ୍ଚଳବାସୀ ତରଫରୁ ୨ ଥର ଲେଖାଏଁ ଦାବୀପତ୍ର ପ୍ରଦାନ କରିଥିଲେ l ଏହି ସମସ୍ୟାକୁ ରାଜ୍ୟ ସରକାର ହୂଦୟଙ୍ଗମ କରି ଦୀର୍ଘ ୩୦ ବର୍ଷ ପରେ ଗତ ଶନିବାର ଦିନ ସଇଁତଲା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି l ଏହି ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିକେ ପାଣ୍ଡିଆନ ଓ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି l ଏହି ପରିପେକ୍ଷୀରେ କେକ କଟାଯାଇ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ l ଏହି ସାମ୍ବାଦିକ ସମ୍ବିଳନୀରେ ଆଦିବାସୀ କଲ୍ୟାଣ ସଂଘ ସଭାପତି ସନ୍ତୋଷ ପୁଟା, ସୋମନାଥ ପୁଟେଲ, ଲକ୍ଷଣ ସେଠ, ବିନୟ ଭୋଇ, ବାଳକୃଷ୍ଣ ସା, ମୃତୁଞ୍ଜୟ ସାହୁ, ସଞ୍ଜୟ ରଥ ଙ୍କ ସହରର ଅନ୍ୟାନ୍ୟ ଯୁବକମାନେ ସାମିଲ ହୋଇଥିଲେ l

ସବ-ରେଜିଷ୍ଟି ଅଫିସ ଓ ଶବ ବ୍ୟବଛେଦ କେନ୍ଦ୍ର ସ୍ଥାପନ ପାଇଁ ଉଠିଲା ଦାବୀ 

ଅନ୍ୟପକ୍ଷରେ ଗତ ୪୦ ବର୍ଷ ହେଲା ସଇଁତଲା ଠାରେ ଶବ ବ୍ୟବଛେଦ କେନ୍ଦ୍ର ଦାବୀ ହୋଇ ଆସୁଥିବା ସହ ସବ-ରେଜିଷ୍ଟି ଅଫିସ ପାଇଁ ମଧ୍ୟ ଦାବୀ ଉଠିଥିଲା l ଏ ଦିଗରେ ସରକାର ତୁରନ୍ତ ପଦେକ୍ଷପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.