ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନ

ଓଡ଼ିଆ ବାର୍ତ୍ତା/ ବୌଦ୍ଧ (ମମତା ମହାକୁର): ବୌଦ୍ଧ ବ୍ଲକ ବାଉଁଶୁଣି ସରକାରୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ହୃଦାନନ୍ଦ ଜାଲ ଓ ହିନ୍ଦୀ ଶିକ୍ଷକ ଉପେନ୍ଦ୍ର ପ୍ରଧାନଙ୍କୁ ବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ପ୍ରାକ୍ତନ ଶିକ୍ଷକ ଧନଞ୍ଜୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ବୌଦ୍ଧ ଡିଇଓ ଗେନ୍ଦେରା କୁଜୁର, ଏଡିଇଓ ଘନଶ୍ୟାମ ମେହେର, ବୌଦ୍ଧ ବ୍ଲକ ବିଇଓ ଉପେନ୍ଦ୍ର ପ୍ରଧାନ, ଏବିଇଓ କମଳାକାନ୍ତ ଦଳବେହେରା, ପ୍ରାକ୍ତନ କ୍ରୀଡା ଶିକ୍ଷକ ସୁରେନ୍ଦ୍ରନାଥ ଦାଶ, ବରିଷ୍ଠ ନାଗରିକ ଘମୁଡୁ ଦନ୍ତା, ଏସଏମସି ସଭାପତି ପଙ୍କଜ ତନ୍ତୀ ଓ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇ ଅଵସର ନେଇଥିବା ଉଭୟ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନର କାମନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.