ବ୍ରିଜ ତଳକୁ ଖସିପଡିଲା ପିକଅପ ଭ୍ୟାନ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା / କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେତେର ନିକଟସ୍ଥ ଉଦନ୍ତିନଦୀ ବ୍ରିଜ ଉପରୁ ଏକ ପିକଅପ ଭ୍ୟାନ ତଳକୁ ଖସି ପଡିବାରୁ ଗାଡ଼ି ଚାଳକଙ୍କ ସମେତ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଆଜି ଜୁନ ୧୪ ଶୁକ୍ରବାର ଭୋର ସମୟରେ ଗୋଲାମୁଣ୍ଡା ପଟୁ ଛତିଶଗଡ ନମ୍ୱର ସିଜି୦୪ପିଆର୪୪୬୨ ବିଶିଷ୍ଟ ମହିନ୍ଦ୍ରା ପିକଅପ ଭ୍ୟାନ ଆସୁଥିଲା। ଲେତେର ଉଦନ୍ତି ନଦୀ ବ୍ରିଜ ପାର ହେଉଥିବା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା। ସ୍ଥାନୀୟ ଲୋକେ ଗାଡ଼ିରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ଅନ୍ୟ ଜଣେ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଡକାଇ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ଜଣାପଡ଼ିଛି। ଦୁଇ ଜଣ ଗୁରୁତର ଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ଜଣା ପଡିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.