ନର୍ଲା ବିଧାୟିକାଙ୍କୁ କଳାହାଣ୍ଡି ଜିଲ୍ଲା ଆରଣ୍ୟକ ବାରିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ନବ ନିର୍ବାଚିତ ବିଧାୟିକା ମନୋରମା ମହାନ୍ତିଙ୍କୁ ଆରଣ୍ୟକ ବାରିକ ସଙ୍ଘ କଳାହାଣ୍ଡି ତରଫରୁ ବାଲିପଡ଼ା ବଜାର ପ୍ରାଙ୍ଗଣରେ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜିଲ୍ଲା ସଭାପତି ନିର୍ମଳ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଗିରିଧାରୀ ବାରିକ, ନର୍ଲା ବ୍ଲକ ସଭାପତି ପହ୍ଲାଦ ବାରିକ, ଜୁନାଗଡ଼ ସଭାପତି ଅଭିରାମ ବାରିକ, ମ ରାମପୁର ବ୍ଲକ ସଭାପତି ସନ୍ତୋଷ କୁମାର ବାରିକ, ବାରିକ ସମାଜ ସହଯୋଗୀ ବାଞ୍ଛାନିଧି ବାରିକ ପ୍ରମୁଖ ନର୍ଲା ବିଧାୟିକାଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନର୍ଲା ବାରିକ ସମାଜର ଯୁବ ସଦସ୍ୟ ରାହାସ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାରିକ ସମାଜ ତରଫରୁ ଆରଣ୍ୟକ ବାରିକ ସମାଜ ପାଇଁ ସାରା ଜିଲ୍ଲାରେ କମ୍ୟୁନିଟି ହଲ ଟେ ନାହିଁ। ଅନେକ ନେତାମନ୍ତ୍ରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରିନାହାନ୍ତି। ତେଣୁ ନର୍ଲାରେ କମ୍ୟୁନିଟି ହଲ ଟେ ନିର୍ମାଣ କରିଦେବା ପାଇଁ ସମାଜ ତରଫରୁ ବିଧାୟିକାଙ୍କୁ ଅନୁରୋଧ କରଯାଇଥିଲା। ନାର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ଖୁବ୍ କମ ଦିନ ମଧ୍ୟରେ ଆପଣ ମାନଙ୍କ ଦାବୀ ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.