ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ତାରିନ୍ଦ୍ର ରଣାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛି ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ। ଆଜି ସ୍ବର୍ଗତ ରଣାଙ୍କ ଏକଦଶାହ ଅବସରରେ ତାଙ୍କ ଗ୍ରାମ ନର୍ଲା ବ୍ଲକ ଅନ୍ତର୍ଗତ ମାଢେଲକୁ ଯାଇ ସଂଘ ପକ୍ଷରୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ସଂଗୃହୀତ ୧୯୬୦୦ ଟଙ୍କା ତାଙ୍କ ଧର୍ମପତ୍ନୀଙ୍କୁ ପ୍ରଦାନ କରିଥିଲେ। ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଅମିତ କୁମାର ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସ୍ବର୍ଗତ ଶିକ୍ଷକ ତାରିନ୍ଦ୍ର ରଣାଙ୍କ ଧର୍ମପତ୍ନୀଙ୍କୁ ସ୍ବାନ୍ତନା ଦେବାସହ ବିଭାଗୀୟ କାଗଜାତ କିପରି ଶୀଘ୍ର ହୋଇପାରିବ ସେନେଇ ସଂଘ ଦାଇତ୍ୱ ନେବ ବୋଲି କହିଛନ୍ତି। ସଂଘର ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଶିକ୍ଷକ ରବୀନ୍ଦ୍ର ନାଥ ସେଠୀ, ଡମ୍ବରୁଧର ବେହେରା, କ୍ଷିତୀଶ ଚନ୍ଦ୍ର ମାଝୀ, ନେପାଳ କୁମାର ବେହେରା, ଶିକ୍ଷୟତ୍ରୀ ସୁକାନ୍ତି ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।