ଫେବର ରୋଡ଼ରୁ ବଞ୍ଚିତ ପୁରୁଷୋତ୍ତମପୁର ଏନଏସିର ୧୨ନଂ ୱାର୍ଡ ରୁକ୍ମିଣୀ ନଗର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିର ୧୨ନଂ ୱାର୍ଡ ରୁକ୍ମୁଣୀ ନଗର ବହୁବର୍ଷ ହେଲା ଫେବର ରୋଡ଼ରୁ ବଞ୍ଚିତ ହୋଇଅଛି। ଏହି ଓ୍ବାର୍ଡ ପରେ ଥିବା ୧୩ ଓ ୧୪ ନଂ ୱାର୍ଡର ପ୍ରାୟ ସାହିରେ ଫେବର ପକାଇ ରୋଡ଼ କରା ଯାଇଥିଲା ବେଳେ, ରୁକ୍ମୁଣୀ ନଗର ବାସିନ୍ଦାଙ୍କ ପାଇଁ ବୈମାତୃକ ମନୋଭାବ ପ୍ରତି ପୋଷଣ କରା ଯାଉଥିବା ଅଞ୍ଚଳ ବାସୀମାନେ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା ସେତେବେଳର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କୁ ଏହି ଫେବର ରୋଡ଼ କରିବାକୁ ଦରଖାସ୍ତ ଦେଇ ବାରମ୍ବାର କହିଥିଲେ ମଧ୍ୟ ସେ ସେହି ସାହି ବାସିନ୍ଦାଙ୍କ ଦୁଃଖକୁ ଟିକେ ମଧ୍ୟ ବୁଝିପାରିଲେ ନାହିଁ। ବିଶେଷ କରି ବର୍ଷା ଦିନେ ସାହି ବାସିନ୍ଦା ମାନେ ଏହି ଖାଲ ଖମା ରାସ୍ତାରେ ଯାତାୟାତ ରେ ବହୁ ଅସୁବିଧା ଓ ଦୁର୍ଘଟଣା ହେଉଥିଲେ ବି ତାର ପ୍ରତିକାର କରିବାକୁ ଏନଏସିର କୌଣସି କାର୍ଯ୍ୟକର୍ତ୍ତା ଓ ଅଫିସର ଗୁରୁତ୍ୱ ଦେଇ ନାହାନ୍ତି | ତେବେ ଏହା ଉପରେ ଆମେ ଏନଏସିର 12 ନଂ ୱାର୍ଡର କାଉନ ସିଲର ପ୍ରମିତା କୁମାରୀ ପଣ୍ଡା ଙ୍କ ସହ କଥା ହେବାରୁ ସେ ସେହି ନଗରଟି କୁ ପ୍ଳଟିଙ୍ଗ କରିଥିବା ଠିକାଦାର ମାନେ ଏନଏସିକୁ ହସ୍ତାନ୍ତର କରିନାହାନ୍ତି , ତେଣୁ ତାହା ଫେବର ରୋଡ଼ ରୁ ବଞ୍ଚିତ ହୋଇ ରହି ଯାଉଛି ବୋଲି କହିଛନ୍ତି | ତଥାପି ମୁଁ ଆସନ୍ତା ଏନଏସି ପରିଷଦ ବୈଠକ ରେ ଏହା ଉପରେ ପ୍ରସ୍ତାବ ରଖିବି ବୋଲି କହିଛନ୍ତି ! ତେବେ କଣ୍ଟ୍ରାକ୍ଟର ସେମାନଙ୍କ ଡକମେଣ୍ଟ ଏନଏସିକୁ ହସ୍ତାନ୍ତର କଲେ ତାହା କରାଯିବ |

ଏହା ଉପରେ ରୁକ୍ମୁଣୀ ନଗର ବାସିନ୍ଦା ଙ୍କ ମତ ଏହିଁଯେ ଯେଉଁଲୋକମାନେ ପ୍ଳଟିଙ୍ଗ କରିଥିଲେ ସେମାନେ ତାଙ୍କ ସବୁ ପ୍ଲଟ ବିକ୍ରିକରୀ ଚାଲିଯାଇଛନ୍ତି | ଆମେ କଣ କରିବୁ, କିନ୍ତୁ ଆମେତ ଏନଏସିର ଇଷ୍ଟମେଟ ହାଉସିଙ୍ଗ ପ୍ଲାନ ରେ ଅନ୍ତର୍ଭୁକ୍ତ ହୋଇ ଛୁ ଏବଂ ବିଦ୍ୟୁତ ସଂଯୋଗୀ କରଣ ମଧ୍ୟ ନେଇଛୁ, ତେବେ ଆମେ କାହିଁକି ରୋଡ଼ ରୁ ବଞ୍ଚିତ ହେଉଛୁ | ଯଦି ରୁକ୍ମୁଣୀ ନଗର ର ପ୍ଲଟ ବେପାରୀ ମାନେ ତାଙ୍କର ପ୍ଲାନ ଡକମେଣ୍ଟ ଏନଏସିକୁ ଦେଇ ନାହାନ୍ତି ତେବେ ଏନଏସିର ମଧୁ ସୂଦନ ନଗର, ସ୍ଵପ୍ନେଶ୍ଵର ନଗର, ଓ କନକା ମନ୍ଦିର ପଡିଶାର କେତେକ ସାହି, ଓ ନଗର ର ଡକମେଣ୍ଟ ଏପର୍ଯ୍ୟନ୍ତ ଏନଏସିକୁ ହସ୍ତାନ୍ତର ହୋଇ ନଥିଲେ ମଧ୍ୟ ସେହି ସ୍ଥାନରେ କିପରି ବହୁ ଦିନରୁ ଫେବର ରୋଡ଼ ପକା ଯାଇଛି, ତାହା କଣ ସେମାନଙ୍କସାହି ବାସିନ୍ଦାଙ୍କ ମୁହଁ ଦେଖି ରୋଡ଼ କରା ଯାଇଛିକି ବୋଲି ସେମାନେ ଓଲଟା ପ୍ରଶ୍ନ କରିଛନ୍ତି | ତେବେ ଏହା ଉପରେ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଦଣ୍ଡସେନା ଙ୍କୁ ପଚାରିବାରୁ ସେକିଛି ସମୟ ମାଗି ଏନଏସିର ଜଣେ ବ୍ୟକ୍ତିଙ୍କୁ ସେହି ସ୍ଥାନକୁ ପଠାଇ ତାଙ୍କ ଠାରୁ ସବିଶେଷ ତଥ୍ୟ କୁବୁଝି ଆମକୁ କହିଛନ୍ତିଯେ ଆସନ୍ତା ବିଜ୍ଞାପିତ ପରିଷଦର ବୈଠକ ରେ ଏହାଉପରେ ଆଲୋଚନା କରି ସେହି ନଗର କୁ ଫେବର ରୋଡ଼ ପକାଯିବ ବୋଲି କହିଛନ୍ତି | ତେବେ ନିର୍ବାହୀ ଅଧିକାରୀଙ୍କ ଏହି ଭରସା ରେ ରୁକ୍ମୁଣୀ ନଗର ବାସି ଅପେକ୍ଷା କରି ରହିଛନ୍ତି | ପରିଷଦ ବୈଠକ ର କିଛି ଦିନ ପରେ ଯଦି ଏହା ନହୁଏ ତେବେ ସେମାନେ ବାଧ୍ୟ୍ୟ ହୋଇ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.