ସର୍ଗୀଗୁଡା ବ୍ରାହ୍ମଣ ସମାଜର କର୍ମକର୍ତ୍ତା ଚୟନ: କୁମୁଦ ପଣ୍ଡା ହେଲେ ସଭାପତି, ଲିଙ୍ଗରାଜ ମିଶ୍ର ସମ୍ପାଦକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡ଼ା ଗ୍ରାମ ପଞ୍ଚାୟତର ବ୍ରାହ୍ମଣ ସମାଜ ଗଠନ କରାଯାଇ କର୍ମକର୍ତ୍ତା ଚୟନ ପର୍ବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ବରେ ନର୍ଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଉକ୍ତ ବୈଠକରେ ନର୍ଲା ବ୍ଲକ ବ୍ରାହ୍ମଣ ସମାଜର ସଭାପତି ଶିକ୍ଷାବିତ ବଦ୍ରୀପ୍ରସାଦ ମିଶ୍ର, ଉପସଭାପତି ଦେବପ୍ରସାଦ ଷଢ଼ଙ୍ଗୀ, ଶରତ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ।

Omkar Vasthu
Omkar Vasthu

ବ୍ରାହ୍ମଣ ସଙ୍ଗଠନର ଗୁରୁତ୍ଵ, ଏହାର ଆବଶ୍ୟକତା ବିଷୟରେ ଆଲୋଚନ କରିଥିଲେ ଅତିଥି ବୃନ୍ଦ। ବ୍ରାହ୍ମଣ ମାନଙ୍କ ପୂଜ୍ୟ ଦେବତା ଶ୍ରୀ ଶ୍ରୀ ପର୍ଶୁରାମଜୀଙ୍କ ଠାରେ ପୂଜନ ପରେ ସଭାପତି ଶ୍ରୀ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହାପରେ ସାଂଗଠାନିକ ନିର୍ବାଚନ ପର୍ବ ଅନୁଷ୍ଠିତ ହୋଇଥିଲା। ସଭାପତି ଭାବରେ ସର୍ବସମ୍ମତି କ୍ରମେ କୁମୁଦ ଚନ୍ଦ୍ର ପଣ୍ଡା ଓ ସାଧାରଣ ସଂପାଦକ ଭାବରେ ଲିଙ୍ଗରାଜ ମିଶ୍ର ନିର୍ବାଚିତ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହାପରେ ଉପଦେଷ୍ଟା ମଣ୍ଡଳୀରେ ସଦସ୍ୟ ଭାବରେ ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ମିଶ୍ର, ରାମଚନ୍ଦ୍ର ପାଣିଗ୍ରାହୀ, ବୃନ୍ଦାବନ ମିଶ୍ର, ପ୍ରବୀଣ ମିଶ୍ର ଓ ରତ୍ନାକର ପାଢୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା। ଏହାପରେ ନବ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବ୍ଲକ ବ୍ରାହ୍ମଣ ସମାଜର ଉପସଭାପତି ଦେବପ୍ରସାଦ ଷଢ଼ଙ୍ଗୀ ଶପଥ ପାଠ କରାଇଥିଲେ। ବ୍ରାହ୍ମଣ ସମାଜ ପାଳନ କରୁଥିବା ପର୍ବ ମଧ୍ୟରୁ ରକ୍ଷା ବନ୍ଧନ ଓ ପର୍ଶୁରାମ ଜୟନ୍ତୀ ଉତ୍ସବ ଅନ୍ୟତମ।

ଆସନ୍ତା ଅଗଷ୍ଟ ୧୯ ସୋମବାର ରକ୍ଷା ବନ୍ଧନ ଉତ୍ସବ ରହିଛି। ଚଳିତ ବର୍ଷ ଏ ଉତ୍ସବକୁ ନର୍ଲା ବ୍ଲକ ବ୍ରାହ୍ମଣ ସମାଜ ଧୁମ୍ ଧାମର ସହିତ ପାଳନ କରିବ ବୋଲି ନିଷ୍ପତ୍ତି ନେଇଛି। ଏହି ରକ୍ଷା ବନ୍ଧନ ଉତ୍ସବକୁ ସର୍ଗିଗୁଡାରେ ପାଳନ କରାଯିବ ବୋଲି ସ୍ଥିରୀକୃତ ହୋଇଛି। ବୈଠକରେ ୪୫ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ। ସର୍ଗିଗୁଡା ବ୍ରାହ୍ମଣ ସମାଜର ନବ ନିର୍ବାଚିତ ସଭାପତି ଶ୍ରୀ ପଣ୍ଡା ଉଦବୋଧନ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଶାନ୍ତି ପାଠ ସହ କାର୍ଯ୍ୟକ୍ରମ ସମାପନ ଘୋଷଣା କରିଥିଲେ ସଭାପତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.