ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଅଖିଳ ଭାରତୀୟ ମାରୱାଡି ମହିଳା ସମିତି ବେହେରା ଶାଖା ତରଫରୁ ପାରମ୍ପାରିକ ପର୍ବ “ହରିଆଲି ତିଜ୍” (ଦୋଳି ପର୍ବ) ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହେଇଯାଇଛି। ସମିତି ଅଧ୍ୟକ୍ଷା ଶୁଶିଲା ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗ୍ରାମର ମହିଳାମାନେ ଏକତ୍ରୀତ ହେଇ ଦୋଳିର ମଜା ଉଠାଇଥିଲେ। ଏହି ଦୋଳି ପର୍ବ ଚିତାଲାଗି ଅମାବାସ୍ଯାର ତୃତୀୟ ଦିନରେ ପାଳିତ ହୁଏ। ଏହି ଅବସରରେ ପର୍ବକୁ ଆହୁରି କୌତୁକ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ଆଗାମୀ ଦିନରେ ପରିବେଶ ସୁରକ୍ଷାକୁ ଗୁରୁତ୍ବ ଦେଇ ପାଖ ପରିବେଶ ସଫାସୁତୁରା ରଖିବା ସହିତ ସମସ୍ତେ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବେ ବୋଲି ଶପଥ ପାଠ କରିଥିଲେ।
ଆୟୋଜିତ ସମସ୍ତ କାର୍ଯ୍ଯକ୍ରମକୁ ସଦସ୍ୟା ମମତା ମଣ୍ଟୁ ଅଗ୍ରୱାଲ ସମ୍ପାଦନ କରିଥିବା ବେଳେ ବରିଷ୍ଠ ସଦସ୍ୟା ସନ୍ତୋଷୀ ଅଗ୍ରୱାଲ, କାନ୍ତା ଅଗ୍ରୱାଲ, ଗାୟତ୍ରୀ ଅଗ୍ରୱାଲ, କୋଷାଧ୍ୟକ୍ଷା ବନ୍ଦନା ଅଗ୍ରୱାଲ, ସରିତା ଅଗ୍ରୱାଲ, ମନିକା ଅଗ୍ରୱାଲ, ସଞ୍ଜୁ ଅଗ୍ରୱାଲ, ମମତା ବିକାଶ ଅଗ୍ରୱାଲ, ରେଣୁ ଅଗ୍ରୱାଲ, ସଞ୍ଜୁ ଗଣେଶ ଅଗ୍ରୱାଲ, ସରୋଜ ଅଗ୍ରୱାଲ, କବିତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ଲଲିତା ଅଗ୍ରୱାଲ, ସୁଷମା ରୋଷନ ଅଗ୍ରୱାଲ, ଆରତୀ ଅଗ୍ରୱାଲ, ପୂଜା ଅଗ୍ରୱାଲ, ଇଷୁ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।