ସ୍ୱାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା

କଳାହାଣ୍ଡି/ ଓଡ଼ିଆ ବାର୍ତ୍ତା (ରଜତ ବଂଶଲ): ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱାଧୀନତା ଦିବସ ପାଳନ କମିଟି ତରଫରୁ ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ତର୍କ, ପ୍ରବନ୍ଧ ଲିଖନ ଏବଂ ଦେଶାତ୍ମବୋଧ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିଳା ଡିଗ୍ରୀ ମହାବିଦ୍ୟାଳୟ, ମଡର୍ଣ୍ଣ କଲେଜ ଓ ଆକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ଶହେ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପଞ୍ଚାୟତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲିଙ୍ଗରାଜ ପାତ୍ର, ଶିବରାମ ମିଶ୍ର, ଓଡ଼ିଆ ଅଧ୍ୟାପକ ଗଣପତି ବାଗ, ଦୀନବନ୍ଧୁ ବାଗ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ, ସଂଜୀବ କୁମାର ମୁଣ୍ଡ, ମଡର୍ଣ୍ଣ କଲେଜର ଭବାନୀ ଶଙ୍କର ଦୁର୍ଗା ଓ ଅଧ୍ୟାପିକା ରେବତୀ ଜେନା ବିଚାରକ ଦାୟିତ୍ଵ ତୁଲାଇଥିଲେ।

Omkar Vasthu
Omkar Vasthu

ଲକ୍ଷ୍ୟପତି ନାଏକ ଅବିନାଶ ପଣ୍ଡା, ଗୋଲାପୀ ଶବର, କିର୍ତ୍ତନ ବାଘେଲ ଆଦି ଏହି କାର୍ଯ୍ୟକ୍ରମରେ ସାହାଯ୍ୟ କରିଥିଲେ। ୭୮ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସ ଦିନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.