ହିଣ୍ଡାଲ୍‌କୋର ବାଫିଲମାଳି ବକ୍ସାଇଟ ଖଣିକୁ ସମ୍ମାନଜନକ ୫ ଷ୍ଟାର୍ ରେଟିଂ ପୁରସ୍କାର

ଓଡ଼ିଆ ବାର୍ତ୍ତା/ କାଶିପୁର (ଆଲାରାମ ଭତ୍ରା): ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିକ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ ଷ୍ଟାର୍ ରେଟିଂ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହି ଉଲ୍ଲେଖନୀୟ ସମ୍ମାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. ବିଷନ ରେଡ୍ଡି ଏବଂ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଦୁବେ ପ୍ରଦାନ କରିଥିଲେ। ୫ ଷ୍ଟାର ରେଟିଂ ପୁରସ୍କାର ସାମାଜିକ ଦାୟିତ୍ଵ ନିର୍ବାହ କ୍ଷେତ୍ରରେ ଖଣିର ଉଦାହରଣଯୋଗ୍ୟ ପ୍ରଦର୍ଶନ, ପରିବେଶ କ୍ଷେତ୍ରରେ ନେତୃତ୍ବ ନେବା, ବୈଷୟିକ ଏବଂ ବୈଜ୍ଞାନିକ ଉତ୍କର୍ଷ ଏବଂ ଦୀର୍ଘସ୍ଥାୟୀ ଭାବରେ ଜମି ବ୍ୟବହାରର ଏକ ନିଦର୍ଶନ ହୋଇଛି। ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ୍) ପକ୍ଷରୁ ପୂର୍ଣ୍ଣଙ୍ଗ ମୂଲ୍ୟାୟନ ପରେ ଏହି ପୁରସ୍କାର ଅନୁମୋଦନ କରାଯାଇଥିଲା, ଯେଉଁଥିରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ରିଟର୍ଶ, ରେକର୍ଡ ପତ୍ର ଏବଂ ସଫଳତା ଆଦି ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

Omkar Vasthu
Omkar Vasthu

ଆଇବିଏମ୍ ଏବଂ ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ ସମାରୋହ ଅବସରରେ ଏକଦିବସୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯାହା ସମଗ୍ର ଦେଶରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣିଗୁଡିକୁ ସ୍ବୀକୃତି ଦେବା ନିମନ୍ତେ ଡିଜାଇନ କରାଯାଇଥିଲା। ହିଣ୍ଡାଲ୍‌ ଇଣ୍ଡଷ୍ଟ୍ରିକ ଲିମିଟେଡ ମଧ୍ୟ ତାହାର ଭୁସର ଏବଂ ସମରି ବକ୍ସାଇଟ ଖଣି ନିମନ୍ତେ ଦୁଇଟି ଅତିରିକ୍ତ ୫ ଷ୍ଟାର୍ ପୁରସ୍କାର ହାସଲ କରିଥିଲା, ଯାହା ଭାରତର ବିଭିନ୍ନ ସ୍ଥାନରେ ଦାୟିତ୍ଵସମ୍ପନ୍ନ ଖଣି କାର୍ଯ୍ୟ ପରିଚାଳନା କରିବାରେ କମ୍ପାନୀର ନେତୃତ୍ବ ଉପରେ ଆଲୋକପାତ କରିଥିଲା। ହିଣ୍ଡାଲ୍‌କୋ ଅଧୀନରେ ସର୍ବବୃହତ ଖଣି କାର୍ଯ୍ୟ ମଧ୍ୟରେ ବାଫିଲମାଳି ଖଣି ବକ୍ସାଇଟ ଉତ୍ପାଦନ, ଭୂମି ପୁନଃ ବ୍ୟବହାର ଯୋଗ୍ୟ କରିବା ଓ ପୁନର୍ବାସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଏହାର ମଜଭୁତ କର୍ପୋରେଟ ସାମାଜିକ ଦାୟିତ୍ଵ ନିର୍ବାହ (ସିଏସ୍ଵଶ) ପ୍ରୟାସସମୂହ ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟସ ନିମନ୍ତେ ପ୍ରତିବଦ୍ଧତା ଏହି ଶିଳ୍ପରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମ୍ମାନଜନକ ପୁରସ୍କାର ଶ୍ରୀ ବ୍ରିଜେଶ ଝା ବକ୍ସାଇଟ ହେଡ, ଶ୍ରୀ ବିଜୟ ଚୌହାନ, ମାଇନ୍ସ ହେଡ ଏବଂ ଶ୍ରୀ କେ.ସି. ଜ୍ୟୋତିଷି, ଜିଓଲୋଜି ହେଡ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଗ୍ରହଣ କରିଥିଲେ। ଏହି ସ୍ଵୀକୃତ ଖଣି କାର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ବିକାଶ ତଥା ଗୋଷ୍ଠୀ କଲ୍ୟାଣ ଦିଗରେ ହିଣ୍ଡାଲ୍‌କେଶ ଦୃଢ ପ୍ରତିବଦ୍ଧତା ସମ୍ପର୍କରେ ଉଲ୍ଲେଖ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.