ନିମ୍ନ ମାନର କାମ : ଶିକ୍ଷା ବିଭାଗ ସବୁ ଜାଣି ଅଜଣା, ବିପଦ ସଂକୁଳ ସ୍କୁଲ କୋଠାରେ ଚାଲିଛି ପାଠ ପଢା

ଲାଞ୍ଜିଗଡ଼,୭/୭ : ପ୍ରାଥମିକ ଶିକ୍ଷା ପାଇଁ ସରକାରୀ ରାଜକୋଷରୁ ପାଣିପରି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ସୁଧୁରି ପାରୁନି ବ୍ୟବସ୍ଥା । କେଉଁଠି ଶିକ୍ଷକ ମରୁଡି ତ କେଉଁ ବିଦ୍ୟାଳୟରେ ଅନୁପସ୍ଥିତ ରହୁଛନ୍ତି ଶିକ୍ଷକ । କେଉଁଠି ପୁରୁଣା କୋଠା ତଳେ ବିପଦ ସଂକୁଳ ଭାବେ ପାଠପଡା ହେଉଛି ତ କେଉଁଠି ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ମଧ୍ୟାନ୍ନ ଭେଜନ ଖାଉଛନ୍ତି ଶିଶୁ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଲାଞ୍ଜିଗଡ ବ୍ଲକର ରାଜାପଡା ସ୍କୁଲରେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼ ସ୍ଥିତ ରାଜାପଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟର କୋଠା ନିର୍ମାଣର ୫ବର୍ଷ ପରେ ବିପଦ ସଂକୁଳ ଅବସ୍ଥାରେ ରହିଛି। ଫଳରେ ଅନ୍ୟ କିଛି ବେବସ୍ଥା ନ ଥିବାରୁ ଉକ୍ତ କୋଠାରେ ବସାଇ ଛାତ୍ରଛାତ୍ରୀଙ୍କୁ ଏବେ ଶିକ୍ଷାଦାନ ଦିଆଯାଉଛି। ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଏବେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସ୍କୁଲ ୨୦୦୯ ମସିହାରେ ତତ୍କାଳୀନ ପ୍ରଧାନ ଶିକ୍ଷକ ଦାଇତ୍ୱ ନେଇ ତିଆରୀ କରିଥିଲେ। ୨୦୧୩ ବେଳକୁ ନିମ୍ନ ମାନର କାମ ଯୋଗୁଁ ସ୍କୁଲର କାନ୍ଥ ସବୁ ଫାଟିବାରେ ଲାଗିଲାଣି ।

କୋଠା ନିର୍ମାଣ ଦୁର୍ନୀତି ପାଇଁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ ଓ ୨୦୧୫ମସିହାରେ ସେଣ୍ଟ୍ରାଲ ଦଳ ମଧ୍ୟ ପରିଦର୍ଶନ ରେ ଆସିଥିଲେ କିନ୍ତୁ କିଛି ସୁଫଳ ନ ମିଳି ଶେଷରେ ଦୋଷ ଘୋଡାଇବା ଲାଗି ଶିକ୍ଷକକୁ ବଦଳି କରାଯାଇ ଥିଲା ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି।
ଲାଞ୍ଜିଗଡ଼ ରାଜାପଡ଼ାରେ ଶିକ୍ଷାର ପ୍ରସାର ପାଇଁ ଗତ ୨୦୦୯ରେ ସରକାରୀ ପକ୍ଷରୁ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ୪୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ ପାଠ ପଢାଇବା ପାଇଁ ଦୁଇ ଜଣ ଶିକ୍ଷକ ରହିଛନ୍ତି। ସ୍କୁଲ ସ୍ଥାପନ ହୋଇ ୧୦ବର୍ଷ ହୋଇ ଯାଇଥିଲେ ମଧ୍ୟ ନିମ୍ନ ମାନର କାମ ଯୋଗୁଁ ୫ବର୍ଷ ପରେ କୋଠାଟି ଜାରଜୀର୍ଣ୍ଣ ଅବସ୍ଥାରେ ରହିଛି। କେତେବେଳେ ଯେ ଛାତ ଭୁଶୁଡି ପଡିବ ତାହାକିଛି କହିହେବ ନାହିଁ। ସେହିପରି କୋଠାର ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ଦେଖିବାକୁ ମିଳୁଛି।ଏହି କୋଠାରେ ବର୍ତ୍ତମାନ ୧ରୁ ୫ମ ଶ୍ରେଣି ଛାତ୍ରଛାତ୍ରୀଙ୍କୁ ବସାଇ ପାଠ ପଢା ଯାଉଛି। ସ୍କୁଲରେ ବର୍ତ୍ତମାନ ସୁଦ୍ଧା ପାଚିରି ହୋଇ ନାହିଁ। ଫଳରେ ବିଭିନ୍ନ ସମୟରେ ବୁଲା କୁକୁର ଓ ଗାଈଗୁରୁ ସ୍କୁଲ ପରିସରକୁ ଚାଲି ଆସିଥାନ୍ତି। ରାତିରେ ଅସାମାଜିକ ଲୋକ ସ୍କୁଲ ବାରଣ୍ଡାରେ ବଶୀ ମଦ ପିଇକି ବତଲ ସବୁ ପଡିଥାଏ ଯାହା ଫଳରେ ସକାଳେ ଶିକ୍ଷକମାନେ ଫିଙ୍ଗନ୍ତି ବୋଲି ଅଭିଭାବକ କହୁଛନ୍ତି। ସ୍କୁଲରେ ଗୋଟିଏ ନଳକୂପ ବହୁ ଦିନ ହେଲା ମରାମତି ନ ହେବାରୁ ନାଲିପାଣି ବାହାରୁଛି। ଫଳରେ ଛାତ୍ରଛାତ୍ରୀ ନିଜ ଘରୁ ପାନୀୟ ଜଳ ଧରିକି ଆସିଥାନ୍ତି।ଶୈଚାଳୟର ପାମ ଚାରିପାଖ ଫାଟି ମହିଳା ଷ୍ଟକଟାଙ୍କି ଢ଼ାଙ୍କୁଣୀ ମଧ୍ୟ ଭାଙ୍ଗି ଯିବା ଫଳରେ ସ୍କୁଲ ଭିତରକୁ ଦୁର୍ଗନ୍ଧ ଆସୁଛି ବୋଲି ଛାତ୍ରଛାତ୍ରୀ କହୁଛନ୍ତି।

ଏହା ଦେଖି ୨୦୧୫ ପୂର୍ବରୁ ନୂତନ ଶୌଚାଳୟ ନିର୍ମାଣ ପାଇଁ କିଛି ଅର୍ଥ ଆସିଥିଲା। ହେଲେ ଗୃହ ନିର୍ମାଣ ହେଲା ଅନ୍ୟ ସାମଗ୍ରୀକୁ ପଇସା ନାହିଁକହି ତତ୍କାଳୀନ ପ୍ରଧାନ ଶିକ୍ଷୟିତ୍ରୀକୁ ବିଭାଗୀୟ ଅଧିକାରୀ ମାନେ ମନା କରିଦେଇଥିଲେ ବୋଲି ସ୍କୁଲ କମିଟି କର୍ତ୍ତୃପକ୍ଷ କହିଛନ୍ତି। ଗତ ୨୦୧୮ ନଭେମ୍ବର ମାସରେ ବ୍ଲକ ବିଡ଼ିଓ ଓ ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ଦେଖିକି ଗଲାପରେ ବର୍ତ୍ତମାନ ଗତ ଜୁନ ମାସରେ ଏବିଇଓ କାଶୀନାଥ ରାଉତରାୟ ମଧ୍ୟ ପରିଦର୍ଶନ କରି ଆସିଥିଲେ। ଅଧିକାରୀଙ୍କ ଗଲାପରେ ପୁଣି ସେମିତି ପଡିରହୁଛି। ବର୍ତ୍ତମାନ ବାନିଗାଁ,ରାଜା ପଡ଼ା, ହୁମା ଝୁଲା, କାକଡୀ ବସାରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଥିବାବେଳ ସ୍କୁଲର ଅବସ୍ଥା ଦେଖି ଅଭିଭାବକ ମାନେ ସ୍କୁଲକୁ ଛାଡିବା ପାଇଁ ରୋକଠୋକ ମନାକରୁଛନ୍ତି ବୋଲି ସ୍କୁଲ କମିଟି ସଭ୍ୟ ମାନେ କହିଛନ୍ତି। ସ୍କୁଲର ଅବସ୍ଥା ଏପରି ରହିଥିବା ବେଳେ ଶିକ୍ଷା ବିଭାଗ ଦୃଷ୍ଟି ନ ଦେବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ଏନେଇ ବ୍ଲକ ଶିକ୍ଷାଅଧିକାରୀ ସଞ୍ଜୀବ କୁମାର ନାଏକଙ୍କୁ ପଚାରିବାରୁ ବର୍ତ୍ତମାନ ପଞ୍ଚୟତରାଜ ବିଭାଗକୁ ଦାଇତ୍ୱ ଦିଆଯାଇଛି ସରପଞ୍ଚ ଚାହିଁଲେ କରିପାରିବେ।ଅନେଇ ଲାଞ୍ଜିଗଡ଼ ସରପଞ୍ଚ ଶୁଶ୍ରୀ ମଣି ମାଝୀଙ୍କୁ ପଚାରିବାରୁ ସେଣ୍ଟ୍ରାଲର ଗୋଟିଏ ଟିମ ଆସି ସ୍କୁଲକୁ ଦେଖିକିଯାଇ ଥିଲେ ବର୍ତ୍ତମାନ ରାଜା ପଡ଼ା ସ୍କୁଲ ପକ୍ଷରୁ ମଧ୍ୟ ମୋପାଖକୁ ଚିଠି ଆସିଛି।ସ୍କୁଲର ପାଚିରି ପାଇଁ ପଇସା ଆସିଗଲାଣି ବିଲ୍ଡିଂ ପାଇଁମଧ୍ୟ ଖୁବଶୀଘ୍ର ଆସିବ ବୋଲି ପ୍ରକାଶ କରିଥିଲେ।

 

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.