କାଦମ୍ବିନୀ ଓ କୁନିକଥାର ସ୍ୱନକ୍ଷତ୍ର ଉତ୍ସବ ଆୟୋଜିତ

ଯିଏ ନିଜ କୃତିକୁ ଦେଖି ଚମତ୍କୃତ ହୁଏନି, ସିଏ କି ସ୍ରଷ୍ଟା!

ଭୁବନେଶ୍ୱର: ମୁଁ ଯେତେବେଳେ ଜଗନ୍ନାଥ ମନ୍ଦିରକୁ ଗଲି, ଜଗନ୍ନାଥଙ୍କ ବଡ଼ବଡ଼ ଚକାଆଖିକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଜଗତର ନାଥ ଜଗନ୍ନାଥ ସାରା ଜଗତର ସ୍ରଷ୍ଟା। ତେବେ ସେ ନିଜ ସୃଷ୍ଟିକୁ ଦେଖି ଚକିତ ହୋଇଯାଇଛନ୍ତି। ଏହି ଚକିତ ରୂପ ହିଁ ଚକାଆଖି ସ୍ୱରୂପ। ଜଣେ ସ୍ରଷ୍ଟା ବା କଳାକାର ଯଦି ନିଜ ସୃଷ୍ଟିକୁ ଦେଖି ଚକିତ ହେଉନାହିଁ, ତେବେ ତାଙ୍କ ସୃଷ୍ଟି ସଫଳ ନୁହେଁ ବୋଲି ଧରାଯିବ।

Omkar Vasthu
Omkar Vasthu

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଉନବିଂଶ ଓ ଶିଶୁ-କିଶୋର ପତ୍ରିକା ‘କୁନିକଥା’ର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ମତପ୍ରକାଶ କରିଛନ୍ତି ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ।

Pearl dental clinic
Near Ashish Medical Store, Bhawanipatna

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଡ. ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପଦ୍ମଶ୍ରୀ କମଳା ପୂଜାରୀ ବିଶିଷ୍ଟ ଅତିଥି, ଚର୍ଚ୍ଚିତ ସାମ୍ବାଦିକ-ଲେଖକ ଆଶୁତୋଷ ଭରଦ୍ୱାଜ ମୁଖ୍ୟବକ୍ତା ଭାବେ ମଞ୍ଚାସୀନ ଥିଲେ।

Udyog Nursery
Udyogi Nursery

ପ୍ରାରମ୍ଭରେ ବିଶିଷ୍ଟ କବି ହରପ୍ରସାଦ ଦାସଙ୍କ ଲିଖିତ କାଦମ୍ବିନୀ ସଙ୍ଗୀତ ପରିବେଷିତ ହୋଇଥିଲା। ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ସମ୍ପାଦିକା ଇତି ସାମନ୍ତ।

ଏହି ଅବସରରେ କାଦମ୍ବିନୀର ସ୍ୱନକ୍ଷତ୍ର ସ୍ୱତନ୍ତ୍ର ସଂଖ୍ୟା ଓ କୁନିକଥାର ଜୁଲାଇ ସଂଖ୍ୟା ସମେତ ଇତି ସାମନ୍ତଙ୍କ ଆଲୋଚନା ପୁସ୍ତକ ‘ମୁଦ୍ରିତ ନାୟିକା’ ଉନ୍ମୋଚିତ ହୋଇଥିଲା।

ଚଳିତ ବର୍ଷ କାଦମ୍ବିନୀ ଓ କୁନିକଥା ପକ୍ଷରୁ ବିଭିନ୍ନ ବିଭାଗରେ ପୁରସ୍କାର ଓ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି କ୍ରମରେ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କାଦମ୍ବିନୀ ସମ୍ମାନ, ଗୋଲାପ ମଞ୍ଜରୀ କରଙ୍କୁ କାଦମ୍ବିନୀ ଗଳ୍ପ ସମ୍ମାନ, ସୌଭାଗ୍ୟବନ୍ତ ମହାରଣାଙ୍କୁ କାଦମ୍ବିନୀ କବିତା ସମ୍ମାନ, ପ୍ରଭାସିନୀ ମହାକୁଡ଼ ଓ ପ୍ରଭାକର ସ୍ୱାଇଁଙ୍କୁ କାଦମ୍ବିନୀ ଅନୁବାଦ ସମ୍ମାନ, ବିଭାବତୀ ଦାଶଙ୍କୁ କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ, ଶ୍ୱେତା ରାଉତଙ୍କୁ କାଦମ୍ବିନୀ ଆମ ରୋଷେଇ ପୁରସ୍କାର, ହରେକୃଷ୍ଣ ଦାସ ଓ ସୁଶ୍ରୀ ଅକ୍ଷତା ଅରୁଣଙ୍କୁ କାଦମ୍ବିନୀ ପ୍ରିୟ ପାଠକ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସେହିପରି ନଗେନ୍ଦ୍ରନାଥ ପଟ୍ଟନାୟକ କୁନିକଥା ପ୍ରିୟ ଲେଖକ ସମ୍ମାନ ଓ ସୁଶ୍ରୀ ଇପ୍ସିତା ବିଶ୍ୱାଳ କୁନିକଥା କୁନି ପ୍ରତିଭା ସମ୍ମାନ ଗ୍ରହଣ କରିଥିଲେ।

ପତ୍ରିକା ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ଆଧାରରେ ଯୁବ ଗାଳ୍ପିକ ଡିଲେଶ୍ବର ରଣା, ପରମବୀର ଚକ୍ର ଓ ସ୍ବଦେଶ ପାତ୍ରଙ୍କୁ କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର ଏବଂ ଯୁବ କବି ଦୟାନିଧି ପରିଡା, ରଶ୍ମିରଞ୍ଜନ ସାହୁ ଓ ସ୍ୱାଗତିକା ନାୟକଙ୍କୁ କାଦମ୍ବିନୀ କାବ୍ୟ ଉନ୍ମେଷ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଶିଷ୍ଟ ଔପନ୍ୟାସିକ ଡ. ବିଭୂତି ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ସମ୍ପାଦିକା ଇତି ସାମନ୍ତ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.