ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ଅତିବଡ଼ି ଜଗନ୍ନାଥ ଦାଶଙ୍କ ଜୟନ୍ତି ପାଳିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ରାଧାଷ୍ଟମୀ ଅର୍ଥାତ ଗତ ତା ୧୧-୦୯-୨୦୨୪ରେ ପାଳିତ ହୋଇଛି ଓ ଭାଗବତ ଜୟନ୍ତୀ ଭାଦ୍ରବ ପୂର୍ଣ୍ଣିମା ତା ୧୮- ୦୯-୨୦୨୪ ରେ ପାଳିତ ହେବାକୁ ଯାଉଛି। ତେଣୁ ଏହାର ମଧ୍ୟବର୍ତ୍ତୀ କାଳରେ ଭାଗବତ ଗ୍ରନ୍ଥର ଓଡ଼ିଆ ସାହିତ୍ୟକୁ ଅବଦାନ, ଓଡ଼ିଆ ମାନଙ୍କର ନୈତିକ ବିକାଶରେ ଭାଗବତର ଅବଦାନ, ସନ୍ଥ ଜଗନ୍ନାଥ ଦାସଙ୍କ ସଂକ୍ଷିପ୍ତ ଜୀବନୀ ଆଲୋଚନା ମାଧ୍ୟମରେ ଭାଗବତର ଆଦୃତ୍ତି ବୃଦ୍ଧି ଓ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ଦିଗରେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେବା ପାଇଁ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖାର ଏକ ପ୍ରୟାସ ସ୍ୱରୂପ ଏକ ପୁରାତନ ଶିକ୍ଷାନୁଷ୍ଠାନ ପୁରୁଷୋତ୍ତମପୁରର ନରସିଂହ ଦାସ ହାଇସ୍କୁଲରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଦ୍ୟାଳୟର ଶିକ୍ଷକ ତଥା ସାହିତ୍ୟ ପରିଷଦର ଜଣେ ବରିଷ୍ଠ ସଦସ୍ୟ ଧନୁର୍ଦ୍ଧର ବେହେରା ସ୍ୱାଗତ ଭାଷଣ ଦେଇଥିଲେ ଓ ସଂଯୋଜନା କରିଥିଲେ। ପ୍ରଧାନ ଶିକ୍ଷକ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଦାର ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖାର ଅଧ୍ୟକ୍ଷ ତଥା ପୁରୁଷୋତ୍ତମପୁର ବ୍ଲକର ପ୍ରାକ୍ତନ ଶିକ୍ଷାଧିକାରୀ ହରେକୃଷ୍ଣ ପଣ୍ଡା ଆଲୋଚନା କରିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇ ଭାଗବତ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ଏଵଂ ଭାଗବତର କେତେକ ଅମୁଲ୍ୟ ସୂକ୍ତର ଉଦାହରଣ ଦେଇଥିଲେ।

ଏ ଅଞ୍ଚଳର ଆଦର୍ଶ ଶିକ୍ଷକ ହରିହର ପଣ୍ଡା ଅନ୍ୟତମ ଅତିଥି ଥିଲେ।‌ ସେ ଅତି ସୁନ୍ଦର ଭାବେ ଭାଗବତର ଆବୃତ୍ତି କରିଥିଲେ। ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ସମାହିତ ହୋଇଥିବାରୁ ପ୍ରଧାନଶିକ୍ଷକ ଓ ସହକର୍ମୀ ମାନଙ୍କୁ ସାହିତ୍ୟ ପରିଷଦ ପକ୍ଷରୁ ପ୍ରଧାନଶିକ୍ଷକଙ୍କୁ କୃତଜ୍ଞତା ଜଣାଇ ଦିଆଯାଇଥିଲା। ପିଲାଙ୍କ ମନରେ କିଛି ପ୍ରଭାବ ପଡିଲେ ଶ୍ରମ ସାର୍ଥକ ହେବ ବୋଲି ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଞ୍ଜାମ ଶାଖା ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ପଣ୍ଡା ମତ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.