ବଡବନ୍ଧ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭୂତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବଡବନ୍ଧ ସ୍ଥିତ ପୂ୍ର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନବିନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ଯ ଅତିଥି ରୂପେ ଏ.ବି.ଇ.ଓ ଦାଶରଥି ଥନାପତି, ମୁଖ୍ଯବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲିଙ୍ଗରାଜ ମେହେର ଏବଂ ସମ୍ମାନିତ ଅତିଥି ରୂପେ ବଡବନ୍ଧ ସରପଂଚ ଜଗବନ୍ଧୁ ମେହେର ଯୋଗଦେଇଥିଲେ।

Omkar Vasthu
Omkar Vasthu

ସି.ଆର.ସି.ସି. ଜଗଦୀଶ ପଧାନ ସୁରଭି କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ସହକାରୀ ଶିକ୍ଷକ ବିନାୟକ ଥନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ବଡବନ୍ଧ କ୍ଲଷ୍ଟର ଅନ୍ତର୍ଗତ ଏଗାର ଟି ବିଦ୍ୟାଳୟର ଶହେପଚାଶରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରଧାନଶିକ୍ଷକ ଦେବାନନ୍ଦ ନିଷାଦ, ନିବେଦିତା ଦାସ, ରବିଚନ୍ଦ୍ର ବୁଡେକ, ହେଲିଶ୍ବର ଧରୁଆ, କୈଳାସ ଚନ୍ଦ୍ର ଭୋଇ, ଅଶ୍ବିନୀ ନାଏକ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ସାହୁ ଧନ୍ଯବାଦ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.