ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣି ସ୍ବେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ଵର ଯୁବକ ସଂଘ ଜୁରାବନ୍ଧ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗୀରର ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଓ ସ୍ବଚ୍ଛତା ପକ୍ଷ ପାଳନ କରାଯାଇଛି। ସଂଘର ସଭାପତି ତୁଲା ଚନ୍ଦ୍ର ପୋଢ ସଭା ପରିଚାଲନା କରିଥିଲେ। ଏଥିରେ ମୁଖ୍ଯ ଅତିଥିଭାବେ ବଙ୍ଗୋମୁଣ୍ଡା ବ୍ଲକ ବିଜେପି ମଣ୍ଡଳ ସଭାପତି ଖିର ବଛା ଉପସ୍ଥିତ ରହି ଗାନ୍ଧୀଜୀଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ସଂଘର ସଂପାଦକ ଲିଙ୍ଗରାଜ ପୋଢ ଧନ୍ଯବାଦ ଅର୍ପଣ କରିଥିଲେ। ସେପ୍ଟେମ୍ୱର ୧୭ ତାରିଖ ଠାରୁ ସ୍ବଚ୍ଛତା ହିଁ ସେବା ପକ୍ଷ ଆରମ୍ଭ କରି ଅକ୍ଟୋବର ୨ ତାରିଖ ଶେଷ ହୋଇଥିଲା। ଡାକ୍ତର ଅମିର ମେହେର ଓ ଡାକ୍ତର ଡାକ୍ତର ବିଷମ୍ଭର ମେହେରଙ୍କ ତତ୍ବାବଧାନରେ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ବେଲପଡା ଓ ଜୁରାବନ୍ଧ ଗ୍ରାମ ପରିଷର, ନଳକୂପ ସଫା ସୁତୁରା କରିବା ସହିତ ଲୋକମାନଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୋହନ ବାଗ, ସୋନୁ ଛତ୍ରିଆ, ସୁରୁ ପୋଢ, ରାହୁଲ ପୋଢ, ରତ୍ନାକର ଛତ୍ରିଆ, କୁବେର ପୋଢ, ସେନାପତି ପୋଢ, ପ୍ରିୟାଶୁଂ ପୋଢ ଓ ସଂଘର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।