ଶିଶୁ କଲ୍ଯାଣ ସମିତି ପକ୍ଷରୁ କୁଚିଣ୍ଡାରେ ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କୁଚିଣ୍ଡା: କୁଚିଣ୍ଡା ଟାଉନ ହଲରେ ଶିଶୁ କଲ୍ଯାଣ ସମିତି ଆନୁକୂଲ୍ୟରେ ଶିଶୁ ଅଧିକାର ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ ନାୟକ ଶିଶୁ ମାନଙ୍କ ସକାଶେ ଉଦିଷ୍ଟ ବିଭିନ୍ନ ଯୋଜନା ସମ୍ବନ୍ଧରେ ଉପସ୍ଥାପନ କରିଥିଲେ।

Omkar Vasthu
Omkar Vasthu

ପୋଲିସ ଅଧିକାରୀ ଲଭଳି ପ୍ରଧାନ ଯୌନ ଉତ୍ପୀଡ଼ନ ଆଇନ୍, ସାଇବର ଅପରାଧ ଏବଂ ବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ଉପରେ ସଚେତନ କରିଥିଲେ। ଶିଶୁ କଲ୍ଯାଣ ସମିତି ସଦସ୍ୟ ଯଦୁମଣି କୁମ୍ଭାର ଶିଶୁ ଶ୍ରମିକ,ଶିଶୁ ଚାଲାଣ ଉପରେ ବକ୍ତବ୍ୟ ରଖିଥିଲେ। ଶିଶୁ କଲ୍ଯାଣ ସମିତି ଅଧ୍ୟକ୍ଷ ପ୍ରଶାନ୍ତ ପାଢୀ କିଶୋର ନ୍ୟାୟ ଆଇନ୍ ଓ ଶିଶୁ ମାନଙ୍କ ପାଇଁ ଉଦିଷ୍ଟ କଲ୍ୟାଣମୂଳକ ଯୋଜନାର ଉପରେ ଆଲୋଚନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସମାଜସେବୀ ତଥା ପଶ୍ଚିମ ଓଡିଶା ଅଙ୍ଗନୱାଡ଼ି ସଂଘ ସାଧାରଣ ସମ୍ପାଦକ ପ୍ରଭାସିନି ପାଢି, ଆଦର୍ଶ ଅନୁଷ୍ଠାନର ଲୀନା ତ୍ରିପାଠୀ, ଦିଶିଲା ଧୁରୁଆ, ଶାନ୍ତି ଲତା ପଟେଲ, ଆଇନଜୀବୀ ପଞ୍ଚାନନ ଦାସ, ହେମାଦ୍ରି ପ୍ରଧାନ, କନକ ପ୍ରଧାନ, ସୁଲେଖା ବେହେରା, ଶୈରିନ୍ଦ୍ରୀ ମହାନନ୍ଦ ପ୍ରମୁଖ ଶିଶୁ ଅଧିକାର, ସୁରକ୍ଷା, ବାଲ୍ୟ ବିବାହ ସମ୍ଵନ୍ଧରେ ଆଲୋକପାତ କରିଥିଲେ।

ଅଞ୍ଜଳି ଶର୍ମା, ଜ୍ୟୋତି ମାନକି, ମମତା ପ୍ରଧାନ, ପଦ୍ମିନୀ ଧୁରୁଆ, କୃଷି ପୁଲିନ ତିର୍କି, ଜୟନ୍ତୀ ଦଣ୍ଡିଆ, ସୁରଭି କିଷାନ, ଜୟନ୍ତୀ ନାୟକ, କ୍ରିଷ୍ଣା ପଟେଲ, କୁନ୍ତି ଦେଇ, ଦମୟନ୍ତୀ ମହାନନ୍ଦ, ଜୋସ୍ନା ଖର୍ସେଲ, ସୁମିତ୍ରା କାଟ, ଶାନ୍ତି ଲତା କୁମରା, ଦେବକୀ ପଟେଲ, ସୁକାନ୍ତି ସମର୍ଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ଲକର ସମସ୍ତ ଗ୍ରାମରୁ ଅଙ୍ଗନୱାଡ଼ି କର୍ମୀ, ସହାୟିକା, ଅଶା କର୍ମୀ, କିଶୋରୀ ବାଳିକା, ବିଭିନ୍ନ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ସାଧାରଣ ଜନତା ବହୁ ସଂଖ୍ଯାରେ ଉପସ୍ଥିତ ଥିଲେ। ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.