ଶିକ୍ଷକ କୁଞ୍ଜବିହାରୀ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ତଥା ବିଶାଳ ଛାତ୍ର ସମାବେଶ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଇଂରାଜୀ ଶିକ୍ଷକ କୁଞ୍ଜବିହାରୀ ଦାଶଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ତଥା ବିଶାଳ ଛାତ୍ର ସମାବେଶ ଅନୁଷ୍ଠିତ ହୋଇଯାଇଅଛି।

Omkar Vasthu
Omkar Vasthu

ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବଜେନ୍ଦ୍ର କୁମାର ପଟ୍ଟଯୋଶୀଙ୍କ ସଭାପତିତ୍ବରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାରୋଡର ବିଜ୍ଞାନ ଶିକ୍ଷକ ସନ୍ତୋଷ କର ଯୋଗ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସ୍ୱତନ୍ତ୍ର ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା କେଶରୀ ଦେଓ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ୍ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର, ଉପଜିଲ୍ଲାପାଳ ଧର୍ମଗଡ଼ ଧାମାନ ଚକମା, ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ରେଙ୍ଗାଲ ପାଲି ଗ୍ରାମ ପଞ୍ଚାୟତ ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ, ସମାଜସେବୀ ରମେଶ ଚନ୍ଦ୍ର ମାଝୀ, ବିଇଓ ପ୍ରେମ ନାରାୟଣ ପଣ୍ଡା, ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବିନ୍ଦ୍ର ମୁଣ୍ଡ, ଅବସର ନେଉଥିବା ଇଂରାଜୀ ଶିକ୍ଷକ କୁଞ୍ଜବିହାରୀ ଦାଶ ତଥା ବିଦ୍ୟାଳୟର ବିଭିନ୍ନ ଶିକ୍ଷକ ମଞ୍ଚାସୀନ ରହିଥିଲେ।

ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ମୁଣ୍ଡ ତାଙ୍କର ସ୍ଵାଗତ ଅଭିଭାଷଣରେ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଶିକ୍ଷାନୁଷ୍ଠାନ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମୁଖ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସମାଜସେବୀ ବଜେନ୍ଦ୍ର କୁମାର ପଟ୍ଟଯୋଶୀ ଭାବ ବିହ୍ୱଳ ହୋଇ ଶ୍ରୀ ଦାଶ ଆଦର୍ଶ ଶିକ୍ଷକ ଭାବରେ ୧୯୯୪ ମସିହା ଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ନୀରବଚ୍ଛିନ୍ନ ଭାବରେ ମାତ୍ରା ସଳ୍ପ ଦରମାରେ ସେବା ଯୋଗାଇ ଆସୁଥିଲେ, ସେ ଅବସର ଗ୍ରହଣ କରିଥିବାରୁ ଆମ ବିଦ୍ୟାଳୟ ତାଙ୍କର ଅବଦାନ ଅପୂରଣୀୟ ବୋଲି କହିଥିଲେ।

ପରେପରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଦ୍ୟାଳୟର ଇଂରାଜୀ ଶିକ୍ଷକ କୁଞ୍ଜବିହାରୀ ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ। ଏହି କାର୍ଯ୍ୟକ୍ରମଟିକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲପାଲିର ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ପରିଚାଳନା କରିଥିବା ବେଳେ ଉମା ଶଙ୍କର ଦୀପ ଧନ୍ୟବାଦ ଅର୍ପଣ। ପରେପରେ ସନ୍ଧ୍ୟା ସମୟରେ ବାଜାବଜାଇ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶଙ୍କୁ ନଗର ପରିକ୍ରମା କରି ତାଙ୍କରି ଅବାସ ସ୍ଥଳକୁ ଛାତ୍ରଛାତ୍ରୀ ନାଚଗୀତ କରି ପାଛୋଟି ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.