ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ପୁରସ୍କାର ବଣ୍ଟନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଟିପିଡବ୍ଲ୍ୟୁଓଡିଏଲ ପକ୍ଷରୁ ପେ ଆଣ୍ଡ ୱିନ କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ ହୋଇଥିବା ୩ ଜଣ ଉପଭୋକ୍ତାଙ୍କୁ ପୁରସ୍କୃତ କରାଯାଇଛି। ସଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କରିଥିବା ଉପଭୋକ୍ତାଙ୍କୁ ନେଇ ଲଟେରୀ ଜରିଆରେ କରାଯାଇଥିବା ଚୟନ ପ୍ରକ୍ରିୟାରେ ଖାରୀ ସେକ୍ସନର ଶଙ୍କର ଦାଶ, ତରଭା ସେକ୍ସନର ନିର୍ମଳ ସାହୁ, ସୁରେଶ ଚନ୍ଦ୍ର ଅଗ୍ରୱାଲ ଆଦି ୩ ଜଣ ଉପଭୋକ୍ତାଙ୍କୁ ଚୟନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ସ୍ଥାନୀୟ ସବଡିଭିଜନ୍ କାର୍ଯ୍ୟାଳୟରେ ଏସଡିଓ ବିବେକାନନ୍ଦ ଦୀକ୍ଷିତଙ୍କ ପୌରହିତ୍ୟରେ ଏକ ଭବ୍ୟ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବାଦିକ ତଥା ଆଇନଜୀବୀ ବିବେକାନନ୍ଦ ମିଶ୍ର, ସମ୍ମାନୀତ ଅତିଥି ଭାବେ ଡିଭିଜିନର ଆରସିଏମ ସତିଶ କୁମାର, ଡିଏଫଏମ ଅବଦ୍ୟୁତ ପ୍ରଧାନ ପ୍ରମୁଖ ଯୋଗ ଦେଇ ୩ ଜଣ ଉପଭୋକ୍ତାଙ୍କୁ ପୁରସ୍କାର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ କମରସିଆଲ ଅଧିକାରୀ ରଶ୍ମିରଞ୍ଜନ ସାହୁ, ହର୍ଷବଦ୍ଧନ ପାଢୀ, ସେକ୍ସନ ଅଧିକାରୀ ତପନ କୁମାର ନାୟକ ଏବଂ ଇଂ ଲମ୍ୱୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.